Friday, October 16, 2026
26.1 C
Odisha

    ଜନବସତି ମୁହାଁ ପୁରୀ ସମୁଦ୍ର, ଉଚ୍ଚ ଢେଉ ମାଡ଼ି ଆସି ଭସାଇ ନେଇଛି ଦୋକାନ ବଜାର

    ଆଗକୁ ପଢନ୍ତୁ

    ପୁରୀ: ଜନବସତି ମୁହାଁ ପୁରୀ ସମୁଦ୍ର । ଭାସିଗଲା ଦୋକାନ ବଜାର । ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ, ବଳିଆପଣ୍ଡା, ସିପସରୁବାଲି ସବୁଠି କୂଳ ଲଙ୍ଘୁଛି । ସମୁଦ୍ର ଉଚ୍ଚ ଢେଉ ମାଡ଼ି ଆସି ଦୋକାନ ବଜାର ଭସାଇ ନେଇଛି । ଅବପାତ ପ୍ରଭାବରେ କୂଳରେ ୨ ରୁ ୩ ଫୁଟ ଉଚ୍ଚର ଲହଡ଼ି ମାଡ଼ ହେଉଛି । ଫଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଆଡ଼କୁ ମାଡ଼ି ଆସୁଛି ।

    ବଳିଆପଣ୍ଡା ଠାରୁ ସିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଅଞ୍ଚଳରେ ସମୁଦ୍ର କୂଳ ଖାଉଛି । ଲାଇଟ୍ ହାଉସ୍ ପାର୍ଶ୍ୱରୁ ମଙ୍ଗଳା ମୁହାଣ ପାର୍ଶ୍ୱକୁ ଅତଡ଼ା ଖସିବାରେ ଲାଗିଛି । ଆଉ ମାତ୍ର ୨୦୦ ରୁ ୩୦୦ ମିଟର ଦୂରରେ ରହିଛି ସମୁଦ୍ର । ‘ନ୍ୟାସନାଲ୍ ସେଣ୍ଟର ଫର୍ କୋଷ୍ଟାଲ୍ ରିସର୍ଚ୍ଚ’, NCCRର ରିପୋର୍ଟ ଅନୁଯାୟୀ, ପୁରୀ ଜିଲ୍ଲାର ୧୩୮ କିଲୋମିଟର ଲମ୍ବ ବିଶିଷ୍ଟ ଉପକୂଳ ମଧ୍ୟରୁ ୧୦.୨% ଅଂଶରେ ସକ୍ରିୟ ଭାବେ ଅବକ୍ଷୟ ପ୍ରକ୍ରିୟା ଜାରି ରହିଛି । ଜିଓ ସିନ୍ଥେଟିକ ୱାଲ୍ ଓ ହେନ୍ତାଳ ବଣ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ବୁଦ୍ଧିଜୀବୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ