Thursday, October 15, 2026
21.4 C
Odisha

    ହଇଜା ସଂକ୍ରମଣ ଭିତରେ ଖାଦ୍ୟମେଳା: ପ୍ରଶାସନ ଅନୁମତି ଦେଲା କେମିତି?

    ଆଗକୁ ପଢନ୍ତୁ

    ରାଉରକେଲା: ସହରରେ ଏବେ ହଇଜା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି, ତେବେ ସଂପୂର୍ଣ୍ଣ ଦୂର ହୋଇନି। ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇଦୁଇଟି ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କିନ୍ତୁ ବେସରକାରୀ ସଂଗଠନ ପକ୍ଷରୁ ଖାଦ୍ୟମେଳା ଆୟୋଜନ କରାଯାଉଛି। ପ୍ରଶାସନ ପକ୍ଷରୁ ଗୋଟିଏ ପଟେ ଘରୋଇ ଗରମ ଖାଦ୍ୟ ଓ ଫୁଟାପାଣି ପିଇବାକୁ ଘନଘନ ମାଇକ ଯୋଗେ ପ୍ରଚାର କରା ଯାଉଥିବାବେଳେ ଅନ୍ୟପଟେ ଖାଦ୍ୟମେଳା ଆୟୋଜନ ପାଇଁ ଅନୁମତି ଦେବା, ଚର୍ଚ୍ଚାର ବିଷୟ ପାଲଟିଛି।

    ରବିବାର ଓ ସୋମବାର ସେକ୍ଟର-୫ସ୍ଥ ଭଞ୍ଜଭବନ ପଡ଼ିଆରେ ବେଦବ୍ୟାସ ଲାୟନ୍ସ କ୍ଲବ୍ ପକ୍ଷରୁ ଦୁଇଦିନିଆ ‘ଫେଟେ’ ଆୟୋଜିତ ହୋଇଥିଲା। ଏଠାରେ ବହୁ ଖାଦ୍ୟ ଷ୍ଟଲ୍‌ରେ ବିଭିନ୍ନ କିସମର ଖାଦ୍ୟପେୟ ଉପଲବ୍ଧ ରହିଥିଲା। ଦୁଇଦିନ ଖାଦ୍ୟମେଳାରେ ଏଠାରେ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଥିଲା। ଆୟୋଜକଙ୍କୁ ଖାଦ୍ୟମେଳା ଆୟୋଜନ ପାଇଁ ଅନୁମତି କେମିତି ମିଳିଲା ତାହା ଏବେ ସଚେତନ ଲୋକଙ୍କୁ ବିସ୍ମିତ କରିଛି। ହଇଜା ବ୍ୟାପିବା ଭଳି ଏକ ସ୍ପର୍ଶକାତର ସମୟରେ ଏଭଳି ଖାଦ୍ୟମେଳା ଆୟୋଜନ କେତେ ଯୁକ୍ତିଯୁକ୍ତ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି।
    ଉଲ୍ଲେଖଯୋଗ୍ୟ, ହଇଜା ଯୋଗୁଁ ପୂର୍ବ ପ୍ରସ୍ତାବିତ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଫୁଡ୍ ଫେଷ୍ଟ ଓ ବନ ବିଭାଗର ‘କଳିଙ୍ଗ ହର୍ବାଲ ମେଳା’କୁ ସ୍ଥଗିତ ରଖାଯାଇଛି। କଳିଙ୍ଗ ହର୍ବ‌ାଲ୍ ମେଳା ଗତ ୨୨ ତାରିଖରୁ ହେବାର ଥିଲା। ଏଥି ପାଇଁ ବିଭାଗ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର ବି କରାଯାଇଥିଲା। ତେବେ ହଇଜା ସଂକ୍ରମଣ ବ୍ୟାପକ ହେବାରୁ ଏହାକୁ ସ୍ଥଗିତ ରଖାଯାଇଛି। ସେହିଭଳି କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଆର୍‌ଏମ୍‌ସି ପକ୍ଷରୁ ‘ଫୁଡ୍‌ ଫେଷ୍ଟ୍‌’ ଆୟୋଜନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଏହି ଫୁଡ୍‌ ଫେଷ୍ଟ୍‌ ୨୬ ତାରିଖରୁ ୨୮ ତାରିଖ ଯାଏ ଡିଏଭି ପୋଖରୀ ପାଖରେ ଆୟୋଜିତ ହୋଇଥାନ୍ତା। କିନ୍ତୁ ସମାନ କାରଣରୁ ଏହାକୁ ବନ୍ଦ କରି ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ