Tuesday, September 8, 2026
26.4 C
Odisha

    ସ୍ୱାସ୍ଥ୍ୟ ପାଇଁ ହିତକାରୀ ମୂଳା, ଦୂର କରେ ଏହି ସବୁ ସମସ୍ୟା

    ଆଗକୁ ପଢନ୍ତୁ

    ଶୀତ ଋତୁରେ ବହୁତ ପ୍ରକାରର ପନିପରିବା ମିଳିଥାଏ । ଏହି ଋତୁରେ ପନିପରିବା ବହୁତ ଶସ୍ତା ହୋଇଯାଏ । ଏହାସହ ଏହାର ଦର ମଧ୍ୟ କମ୍‌ ହୋଇଥାଏ । ଯାହାକୁ କିଣିବା ପାଇଁ କୌଣସି କଷ୍ଟ ହୋଇ ନଥାଏ । ଶୀତ ଋତୁରେ ପନିପରିବା ଖାଇବାରେ ବହୁତ ଆନନ୍ଦ ମିଳିଥାଏ । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ପନିପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଜାଣି ପାରି ନଥାନ୍ତି ଯେ ଯଦି ପନିପରିବା ନଖାଇବା ତାହେଲେ ଆମ ଶରୀରରେ ବହୁତ ପ୍ରକାର ସମସ୍ୟା ଦେଖାଦେବ ।ଏହି ସ୍ଥିତିରେ ଏପରି ଏକ ପରିବା ଅଛି ଯାହା ସ୍ୱାଦଗୁଣରେ ପରିପୂର୍ଣ୍ଣ ରହିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଥାଏ । ଜାଣନ୍ତୁ ସେହି ପରିବାର ନାମ କ’ଣ ।

    ଏହି ପରିବାଟିର ନାମ ହେଉଛି ମୂଳା । ମୂଳାରେ ଅନେକ ଭିଟାମିନ୍‌ ରହିଛି ଯାହାକୁ ଖାଇଲେ ଆମ ପେଟ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟରେ ମଧ୍ୟ ଅନେକ ପ୍ରକାରର ଲାଭ ହୋଇଥାଏ । ଏଥିରେ ଫାଇବର, ଭିଟାମିନ୍‌ ସି’, ପୋଟାସିୟମ, ଫସଫରସ ପରି ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିପାରିବ । ଏହାସହ ମୂଳାରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଯାହାକୁ ଖାଇଲେ ବହୁତ ଟେଷ୍ଟ ମଧ୍ୟ ଲାଗିଥାଏ ।

    ଶୀତ ଋତୁରେ ମୂଳା ଖାଇବାର ଫାଇଦା :

    ୧. ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ : ମୂଳା ଫାଇବରରେ ଭରପୂର ହୋଇଥାଏ । ଏହାକୁ ଖାଇବା ଫଳରେ ପେଟ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଥାଏ । ଏହାକୁ ଖାଇବା ଦ୍ୱାରା ଆମ ଖାଦ୍ୟ ବହୁତ ଶୀଘ୍ର ହଜମ ହୋଇଯାଇଥାଏ । ପେଟକୁ ସଫା ରଖିବା ସହ ହେଲଦି ମଧ୍ୟ କରିଥାଏ ।

    ୨. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ : ଶୀତ ଦିନରେ ଶରୀର ବହୁତ ଦୁର୍ବଳ ହୋଇଥାଏ, ଯାହା ଫଳରେ ଅନେକ ରୋଗ ଆକ୍ରାନ୍ତ କରିଥାଏ । ଏହିପରି ସ୍ଥିତିରେ ଆପଣଙ୍କୁ ଭିଟାମିିନ ସି’ ରେ ଭରପୂର ମୂଳା ଖାଇବା ନିହାତି ଆବଶ୍ୟକ । ଯାହାକୁ ଖାଇଲେ ଅନେକ ରୋଗ ଦୂର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହାସହ ଥଣ୍ଡା-କାଶ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ମୂଳାରେ ବିଶେଷ କଥା ହେଉଛି ଯେ ସେ ଖାଲି ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱାଚ୍ଚାରେ ମଧ୍ୟ ଉନ୍ନତି ଆଣିଥାଏ ।

    ୩. ଓଜନ କମ୍‌ କରିବାରେ ସାହାଯ୍ୟ : ଏହା ଅନେକ ଗୁଣରେ ଭରପୂର । ମୂଳା ଖାଇବା ଦ୍ୱାରା ଓଜନ କମ୍‌ ହୋଇଥାଏ । ଏହା ସହ ଅନେକ ସମସ୍ୟାରୁ ମଧ୍ୟ ମକ୍ତି ଦେଇଥାଏ ।

    ଯଦି ଆପଣ ଚାହୁଁଛନ୍ତି ଶୀତ ଋତୁରେ ସୁସ୍ଥ ରହିବା ପାଇଁ ତେବେ ଏହି ପରିବାକୁ ଖାଦ୍ୟରେ ସାମିଲ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    88 %
    1kmh
    91 %
    Tue
    27 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ