Monday, March 30, 2026
33.2 C
Odisha

    ମାର୍କ୍ୱେଜ ଭାରତୀୟ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ପେନ୍‌ର ମାନୋଲୋ ମାର୍କ୍ୱେଜ ଭାରତୀୟ ସିନିୟର ପୁରୁଷ ଫୁଟ୍‌ବଲ ଦଳର ନୂଆ ମୁଖ୍ୟ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ବହିଷ୍କୃତ ଇଗର ଷ୍ଟିମାକ୍‌ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମାର୍କ୍ୱେଜ ବର୍ତ୍ତମାନ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଗୋଆ ଏଫ୍‌ସିର ଦାୟିତ୍ୱରେ ଅଛନ୍ତି। ଶନିବାର ଏଠାରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା। ଏଥିରେ ୫୫ବର୍ଷୀୟ ମାର୍କ୍ୱେଜଙ୍କ ନିଯୁକ୍ତି ଚୂଡ଼ାନ୍ତ ହୋଇଥିଲା। ଜାତୀୟ ଦଳ ପାଇଁ ଫୁଲ୍‌ ଟାଇମ୍‌ କାର୍ଯ୍ୟ କରିବା ପୂର୍ବରୁ ୨୦୨୪-୨୫ ସିଜନରେ ଏହି ସ୍ପାନିଶ କୋଚ୍‌ ବର୍ତ୍ତମାନ ପାଇଁ ଉଭୟ ଆଇଏସ୍‌ଏଲ୍‌ ଫ୍ରାଞ୍ଚାଇଜ ଓ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ଦ୍ୱୈତ ଦାୟିତ୍ୱ ନିର୍ବାହ କରିବେ। ମୁଖ୍ୟ କୋଚ୍‌ ଭାବେ ମାର୍କ୍ୱେଜଙ୍କ କାର୍ଯ୍ୟକାଳ ଅବଧି ସମ୍ପର୍କରେ ଏଆଇଏଫ୍‌ଏଫ୍‌ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ଭାରତୀୟ ଦଳ ୨୦୨୬ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରି ନ ପାରିବାରୁ ଜୁନ୍‌ ୧୭ରେ ଷ୍ଟିମାକ୍‌ ମୁଖ୍ୟ କୋଚ୍‌ ପଦବୀରୁ ବହିଷ୍କୃତ ହୋଇଥିଲେ। ମାର୍କ୍ୱେଜ ୨୦୨୦ରୁ ଭାରତୀରେ ଦଳର କୋଚିଂ ଦେଇ ଆସୁଛନ୍ତି। ସେ ଦୁଇଟି ଆଇଏସ୍‌ଏଲ କ୍ଲବ ପାଇଁ କାର୍ଯ୍ୟ କରିଛନ୍ତି। ସେ ଏଫ୍‌ସି ଗୋଆ (୨୦୨୩-ବର୍ତ୍ତମାନ)ରେ ଯୋଗ ଦେବା ପୂର୍ବରୁ ପ୍ରଥମେ ହାଇଦ୍ରାବାଦ ଏଫ୍‌ସି (୨୦୨୦-୨୩) ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ତାଙ୍କ ତତ୍ତ୍ୱାବଧାନରେ ହାଇଦ୍ରାବାଦ ଏଫ୍‌ସି ୨୦୨୧-୨୨ରେ ଆଇଏସ୍‌ଏଲ୍‌ ଟାଇଟଲ ଜିତିପାରିଥିଲା। ଓଭରଅଲ୍‌ ମାର୍କ୍ୱେଜ ସ୍ପେନ୍‌ରେ ବହୁଦିନ ଧରି କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ