Wednesday, September 30, 2026
22.9 C
Odisha

    ଗ୍ରାମରକ୍ଷୀଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ସୋର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ କେଦାରପୁର ପଞ୍ଚାୟତର ଗ୍ରାମରକ୍ଷୀଙ୍କ ନିକଟରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଏସଆଇ ସୁଦର୍ଶନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସୋର ବ୍ଲକ କେଦାରପୁର ପଂଚାୟତ କେଦାରପୁର ଗ୍ରାମର ଗ୍ରାମରକ୍ଷୀ ଭାଗିରଥି ନାୟକଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ତାଙ୍କ ଘରୁ ୧୦୨ ଲିଟର ବିଦେଶୀ ଓ ୮ ଲିଟର ଦେଶୀମଦ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ସେହିପରି ଗ୍ରାମର ଲଷ୍ମୀକାନ୍ତ ନାୟକଙ୍କ ଘରେ ଚଢ଼ାଉ କରି ୩୫ ଲିଟର ବିଦେଶୀ ଓ ୨୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଲଷ୍ମୀକାନ୍ତ ଫେରାର ହୋଇଯାଇଥିଲେ। ପୁଲିସ ପକ୍ଷରୁ ଉଭୟଙ୍କ ନାମରେ ପୃଥକ ଭାବେ ୪୫୬/୨୪ ଓ ୪୫୭/୨୪ ରେ ଦୁଇଟି ମାମଲା ରୁଜୁ କରାଯାଇ ଭାଗିରଥୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ