Thursday, September 10, 2026
24 C
Odisha

    ନିର୍ବାଚନ ପାଇଁ ଭୁବନେଶ୍ବରରେ ମୁତୟନ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ନିର୍ବାଚନକୁ ନେଇ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରି ଫେୟାର ନିର୍ବାଚନ ନେଇ ପୁଲିସ ଅଧିକାରୀଙ୍କ ସହ ପୁଲିସ କମିଶନରଙ୍କ ଆଲୋଚନା ହୋଇଛି। ନିର୍ବାଚନ ପାଇଁ ରାଜଧାନୀରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୨ କମ୍ପାନି ସିଏପିଏଫ୍‌ ଫୋର୍ସ ମୁତୟନ ହେବେ। ରାଜଧାନୀର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୁଲିଂ ବୁଥ ରହିଛି। ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୬୯ଟି ସ୍ଥାନରେ ୨୩୬ଟି ପୁଲିଂ ବୁଥ ରହିଛି। ଭୁବନେଶ୍ୱର (ମଧ୍ୟ)ରେ ୫୦ଟି ସ୍ଥାନରେ ୨୦୦ଟି ପୁଲିଂ ବୁଥ ରହିଛି। ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସଖି ବୁଥ, ଯେଉଁଠି କେବଳ ମହିଳା କର୍ମଚାରୀ ନିୟୋଜିତ ହେବେ। ଭୁବନେଶ୍ୱର (ଉତ୍ତର)ରେ ୮୪ଟି ସ୍ଥାନରେ ୨୫୪ଟି ମତଦାନ କେନ୍ଦ୍ର  ଓ ଭୁବନେଶ୍ୱର (ଏକାମ୍ବ୍ର)ରେ ୭୪ଟି ସ୍ଥାନରେ ୨୩୭ଟି ପୁଲିଂ ବୁଥ ରହିଛି। ସେହିପରି ଜଟଣୀରେ ୧୧୧ଟି ସ୍ଥାନରେ ୨୦୫ଟି ପୁଲିଂ ବୁଥ ରହିଛି।

    ରାଜଧାନୀରେ ୧୫୨ ସମ୍ବେଦନଶୀଳ ବୁଥ ରହିଛି। ସବୁ ବୁଥରେ ସେଣ୍ଟ୍ରାଲ ଆର୍ମ ଫୁଲିସ ଫୋର୍ସ (ସିଏପିଏଫ୍‌) ଫୋର୍ସ ମୁତୟନ ହେବ। ୪ଟିରୁ ଅଧିକ ବୁଥ ଥିବା ଲୋକେସନରେ ସିଏପିଏଫ ଫୋର୍ସ ମୁତୟନ ହେବେ। ୫୨୫ ବୁଥରେ ୱେବ କାଷ୍ଟିଂ କରାଯାଉଛି। ୧୫ଟି ଫ୍ଲାଇଙ୍ଗ ଟିମ୍‌ କାମ କରୁଛନ୍ତି। ୫୧ଟି ମୋବାଇଲ ପାର୍ଟି ନିୟୋଜିତ ରହିବେ। ସବୁ ନିର୍ବାଚନ ମଣ୍ଡଳୀରେ ଜଣେ ଅତିରିକ୍ତ ଡିସିପି ଇନଚାର୍ଜ ଭାବେ ଦାୟିତ୍ୱରେ ରହିବେ।

    ପୁଲିସ କମିସର ସଂଜୀବ ପଣ୍ଡା କହିଛନ୍ତି, କମିସନରେଟ ପୁଲିସ ନିର୍ବାଚନ ପାଇଁ ଦୁଇଟି ନୂଆ ସଫ୍ଟୱେୟାର ଲଞ୍ଚ କରିଛି। ପୁଲିସ ପେଟ୍ରୋଲିଂ ଓ ବୁଥ ମନିଟରିଂ ସିଷ୍ଟମ ସହ ଭାଇକିଲ ଟ୍ରକିଙ୍ଗ ସିଷ୍ଟମ ଦୁଇଟି ଆପ ଜରିଆରେ ବୁଥ ଓ ପାଟ୍ରୋଲିଂ ପାଇଁ ନିୟୋଜିତ ଥିବା ଗାଡି ଉପରେ ନଜର ରଖାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ