Tuesday, September 29, 2026
23.2 C
Odisha

    ହୋଟେଲରେ ଚାଲିଥିଲା ହାତୀ ଦାନ୍ତ କାରବାର; ମାଡ଼ି ବସିଲା ବନ ବିଭାଗ

    ଆଗକୁ ପଢନ୍ତୁ

    ହୋଟେଲରେ ଚାଲିଥଲା ହାତୀଦାନ୍ତ କାରବାର। ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଘଟଣା ଘଟିଛି ଦେବଗଡ ବନ ଖଣ୍ଡ ଅଞ୍ଚଳରେ।
    ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ପ୍ରେମରାଜ ସାହୁ ଗହଣା ବ୍ୟବସାୟୀ ବୋଲି ଜଣାପଡ଼ିଛି।ଗତକାଲି ରାତିରେ ଦେବଗଡ ବନ ଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲରେ ହାତୀ ଦାନ୍ତ କାରବାର ଚାଲିଥିଲା। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବନ ବିଭାଗ ହୋଟେଲରେ ଚଢ଼ାଉ କରି ୩ଟି ହାତୀ ଦାନ୍ତ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାଆନ୍ତେ ସେ ନେଇ ଖୋଳତାଡ ଚାଲିଛି। ଅଭିଯୁକ୍ତମାନେ କେବେଠାରୁ ହାତୀ ଦାନ୍ତ କାରବାରରେ ସଂପୃକ୍ତ ଅଛନ୍ତି ସେ ନେଇ ପଚରାଉଚରା ଚାଲିଛି। ଦେବଗଡ ଡିଏଫଓ ଧନଜୀ ମଗର, ୩ଜଣଙ୍କୁ ପଚରାଉଚରା ଚାଲିଛି। ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଜଣରପଡ଼ି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ