Sunday, September 27, 2026
29.2 C
Odisha

    ପ୍ରଥମ ଦିନ ତୁଳନାରେ ଦ୍ବିତୀୟ ଦିନରେ ଅଧିକ ଆୟ କଲା ହ୍ରିତିକ୍‌ଙ୍କ ‘ଫାଇଟର୍‌’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତ ୨୫ ତାରିଖରେ ମୁକ୍ତିଲାଭ କରିଛି ହ୍ରିତିକ୍‌ ରୋଶନଙ୍କ ଅଭିନୀିତ ‘ଫାଇଟର୍‌’। ଏହି ଫିଲ୍ମଟିର ରିଭ୍ୟୁ ଓ ବକ୍ସ ଅଫିସ୍ ସଂଗ୍ରହ ଖୁବ୍ ଭଲ ରହିଛି। ମାତ୍ର ଦୁଇ ଦିନ ମଧ୍ୟରେ ସିନେମାଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।ଗଣତନ୍ତ୍ର ଦିବସ ଏକ ଜାତୀୟ ଛୁଟିଦିନ ଥିବା ହେତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରିଛି। ଏହି କାରଣରୁ ଭାରତରେ ଫିଲ୍ମର କଲେକ୍ସନ୍ ଦୁଇ ଦିନରେ ୫୦କୋଟି ଟଙ୍କା ଅତିକ୍ରମ କରିଛି। ସିନେମାଟିର ବିଶ୍ବବ୍ୟାପୀ ସଂଗ୍ରହ ୭୫ କୋଟି ଟଙ୍କା ଅତିକ୍ରମ କରିଛି। ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ଦୁଇ ଦିନ ମଧ୍ୟରେ ଅନେକ ଦର୍ଶକଙ୍କ ମନକୁ ଛୁଇଁଯାଇଛି।ପ୍ରାଥମିକ ତଥ୍ୟ ଅନୁଯାୟୀ ପ୍ରଥମ ଦିନରେ ୨୨.୫ କୋଟି ଟଙ୍କାରେ ବହି ଖୋଲିବା ପରେ ଦ୍ୱିତୀୟ ଦିନରେ ‘ଫାଇଟର୍’ ଫିଲ୍ମର ଆୟ ୩୯ କୋଟି ଟଙ୍କା ଥିଲା। ଯାହାଫଳରେ ଭାରତରେ ରୋଜଗାର ୬୧.୫ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ପ୍ରଥମ ଦିନରେ ବିଶ୍ବବ୍ୟାପୀ ୩୬.୦୪ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନ ୭୫ କୋଟି ଟଙ୍କା କରିଛି।

    ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ବଜେଟ ୨୫୦ କୋଟି ଟଙ୍କା ବୋଲି କୁହାଯାଉଛି। ତେବେ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ସିନେମାଟି ୧୫୦ କୋଟି ଟଙ୍କାର ଆୟ ଛୁଇଁବ ବୋଲି ଆଶା ରହିଛି। ଏହି ଚଳଚ୍ଚିତ୍ରରେ କରଣ ସିଂ ଗ୍ରୋଭର ଏବଂ ଅକ୍ଷୟ ଓବରୋଇ ମଧ୍ୟ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ