Sunday, April 21, 2024
33.1 C
Odisha

    ସତ୍ୟବାଦୀରେ ସକ୍ରିୟ ପୂର୍ବତନ ବିଧାୟକ ରମା ବଳିୟାର ସିଂ । କାହାକୁ ଟିକେଟ୍ ଦେବ ବିଜେପି?

    ଆଗକୁ ପଢନ୍ତୁ

    ନିର୍ବାଚନ ପୂର୍ବରୁ ପୁରୀ ସତ୍ୟବାଦୀରେ ସକ୍ରିୟ ପୂର୍ବତନ ବିଧାୟକ ରମା ବଳିୟାର ସିଂ । କଣାସ ବ୍ଲକରେ ୪ ହଜାରରୁ ଅଧିକ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଧାୟକ ରମା ବଳିୟାର ସିଂହ । ବିକଶିତ ସତ୍ୟବାଦୀ ସଂକଳ୍ପ ସମାବେଶ ନାଁରେ ଏହି ସଭା ଆୟୋଜିତ ହୋଇଥିଲା । ଏହି ସମାବେଶ ପଛରେ ରାଜ୍ୟ ବିଜେପି ସଭାପତିଙ୍କ ଶୁଭେଚ୍ଛା ରହିଛି ବୋଲି ରମାବଳିୟାର ସିଂହ ଦାବି କରିଛନ୍ତି । ତେବେ ରମାଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଚର୍ଚ୍ଚା । କାରଣ ଏହି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଓମ୍ ପ୍ରକାଶ ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେଣୁ ନିର୍ବାଚନ ବେଳେ କିଏ ଟିକେଟ ପାଇବେ ତାକୁ ନେଇ ଚର୍ଚ୍ଚା ବଢିଛି । ଯୁବ ଚେହେରା ନା ପୁରୁଣା ନେତାଙ୍କୁ ବିଜେପି ସତ୍ୟବାଦୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.1 ° C
    33.1 °
    33.1 °
    32 %
    0.8kmh
    100 %
    Sun
    34 °
    Mon
    40 °
    Tue
    41 °
    Wed
    40 °
    Thu
    43 °

    ସମ୍ବନ୍ଧିତ