Tuesday, March 24, 2026
24.7 C
Odisha

    ମଧ୍ୟରାତ୍ରୀରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌: ୪ ଶ୍ରଦ୍ଧାଳୁ ମୃତ, ୩୦ ଗୁରୁତର

    ଆଗକୁ ପଢନ୍ତୁ

    ଜଳେଶ୍ବର: ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା। ଉତ୍ତର ପ୍ରଦେଶରରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ଅଛନ୍ତି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ୫୭ ଜଣ ଯାତ୍ରୀଙ୍କୁ ନେଇ ତୀର୍ଥ ଯାତ୍ରା ପାଇଁ ଯାଉଥିବା କ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ୍‌ ଜଳେଶ୍ଵର ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦ ନଗର ପାଟଣା ପଞ୍ଚାୟତର ଚାଳନ୍ତି ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ମହିଳାଙ୍କୁ ମିଶାଇ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ଅଧିକାଂଶ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିଲା ବେଳେ ଖବର ପାଇ ଜଳେଶ୍ବର ପୁଲିସ, ଅଗ୍ନିଶମବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ସେମାନଙ୍କୁ ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଛି। ୩୦ରୁ ଅଧିକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୧୭ ଜଣକୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

    ତେବେ ରାତି ସାଢେ ୧୨ଟା ସମୟରେ ରାସ୍ତା ପାର୍ଶ୍ବସ୍ଥ ବିଲ ଭିତରକୁ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ଖସି ପଡ଼ିଥିଲା। ବସ୍‌ ତଳେ ସମସ୍ତ ଯାତ୍ରୀ ଚାପିହୋଇ ଯାଇଥିଲେ। ଖବର ପାଇ ଜଳେଶ୍ବର ଥାନାର ଆଇଆଇସି ରଞ୍ଜନ କୁମାର ସେଠୀ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ସେହିପରି ଅଗ୍ନିଶମ ବାହିନୀ ମଧ୍ୟ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ ତଳେ ଚାପି ରହିଥିବା ୫୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।ସେମାନଙ୍କ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୧୭ ଜଣକୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ୟ ସମସ୍ତ ଯାତ୍ରୀ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।

    ଦୁର୍ଘଟଣା ସମ୍ପର୍କରେ ଯାତ୍ରୀଙ୍କ ପରିବାର ଲୋକଙ୍କୁ ଜଳେଶ୍ଵର ପୁଲିସ ସୂଚନା ଦେଇଛି। ଜଣେ ମହିଳାଙ୍କୁ ମିଶାଇ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀ ସୂଚନା ଦେଇଛନ୍ତି। ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି କାହିଁକି ଦୁର୍ଘଟଣା ହେଲା ତାହା ଯାଞ୍ଚ କରିବା ସହ ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ। ବସ ଡ୍ରାଇଭର ଓ ହେଲପର ଦୁର୍ଘଟଣା ପରେ ଫେରାର ହୋଇ ଯାଇଥିବା ବେଳେ କଣ୍ଡକ୍ଟର ଓ ଏଜେଣ୍ଟ ଥାନାରେ ଅଟକ ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ଯାତ୍ରୀମାନଙ୍କ ମଧ୍ୟରେ ଥିବା ତୁଷାର ମିଶ୍ରା ନାମକ ଜଣେ ୧୪ ବର୍ଷ ବୟସର ନାବାଳକ ନିଜକୁ ନିଜେ ଉଦ୍ଧାର କରିବା ପରେ ୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଦୁର୍ଘଟଣାରେ ତାଙ୍କ ବାପା ରାଜେଶ କୁମାର ମିଶ୍ରାଙ୍କ ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    68 %
    2.6kmh
    0 %
    Tue
    25 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ