Sunday, March 15, 2026
23.5 C
Odisha

    କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ୪ଜଣ ଯାତ୍ରୀଙ୍କ ଟ୍ରକ ଧକ୍କା‌ରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହୁବଳି (କର୍ଣ୍ଣାଟକ) ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଗତ ଶନିବାର ଏକ ଭୟାବହ ଦୁର୍ଘଟଣା ଘଟିଛି। ୨ଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ଦୁଃଖର ବିଷୟ କାର ଦୁର୍ଘଟଣାରେ ବଞ୍ଚିଯାଇଥିବା ୪ଜଣ ଯାତ୍ରୀଙ୍କ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଏଥିସହିତ ଏହି ଦୁର୍ଘଟଣାରେ ଅନ୍ୟ ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ୪ଜଣ ଯାତ୍ରୀଙ୍କ ନାମ ମଣିକାନ୍ତ (୨୬), ଚନ୍ଦନ (୩୧), ପବନ (୨୬) ଓ ହରିଶକୁମାର (୩୪) ବୋଲି ଜଣାପଡ଼ିଛି। ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଟ୍ରକ ଚାଳକଙ୍କୁ ହେପାଜତକୁ ନେଇ ଯାଞ୍ଚ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଦୁଇଟି କାରରେ ୯ଜଣ ଯାତ୍ରୀ ଯାଉଥିବା ବେଳେ ଏହି ଦୁର୍ଘଟଣାର ଘଟିଥିଲା। ଗୋଟିଏ କାର ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ କାର ଆସି ତାକୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାର ଶିକାର ହୋଇ ସାହାଯ୍ୟ ପାଇଁ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ୪ଜଣ ଯାତ୍ରୀଙ୍କୁ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ୪ଜଣ ଯାତ୍ରୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

    କୁହୁଡ଼ି ହେତୁ ରାସ୍ତା ସ୍ପଷ୍ଟ ଭାବେ ଦେଖା ଯାଉ ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। କାର ଦୁର୍ଘଟଣାରୁ ବଞ୍ଚିଯାଇଥିବା ୪ଯାତ୍ରୀଙ୍କ ୩୦ ମିନିଟ ଭିତରେ ଟ୍ରକ ଦୁର୍ଘଟଣ‌ାରେ ମୃତ୍ୟୁ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    60 %
    2.4kmh
    0 %
    Sat
    23 °
    Sun
    38 °
    Mon
    37 °
    Tue
    38 °
    Wed
    37 °

    ସମ୍ବନ୍ଧିତ