Friday, April 3, 2026
33.6 C
Odisha

    ବଢ଼ିଲା ଶୀତ, ଆଜି ତାପମାତ୍ରା ୧୧ଡିଗ୍ରି ରେକର୍ଡ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଛି। ଶୀତ ଯେଭଳି ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହରେ ଶୀତ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ପ୍ରଥମ ସପ୍ତାହରେ ମେଘୁଆ ପାଗକୁ ଝିପିଝିପି  କୋହଲା ପାଗ ଯୋଗୁଁ ଶୀତ ହଠାତ ଉଭେଇ ଯାଇଥିଲା। କନ୍ଦମାଳ ଜିଲ୍ଲା ଜି ଉଦୟଗିରି ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ସ୍ଥାନୀୟ ଅଞ୍ଚଳରେ ପୁଣି ଶୀତର ପ୍ରକୋପ ଦେଖିବାକୁ ମିଳିଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗୁଛି।ରାସ୍ତାଘାଟ ଜନଶୁନ୍ୟ ଦେଖାଯାଉଛି। ସ୍ଥାନୀୟ ଅଞ୍ଚଳରେ ନିଆଁ ଲଗେଇ ତା ପାଖରେ ଲୋକଙ୍କ ଭିଡ଼ ଜମିବା ସହ ଖଟି କରୁଥିବା ଦେଖିବକୁ ମିଳୁଛି। ସେଇଭଳି ରାତି ବଢିଲେ କୁହୁଡି ବଢ଼ିବାରେ ଲାଗୁଛି। ଶୀତ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଆହୁରି ପାରଦ ତଳ ମୁଁହା ହେବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ