Tuesday, April 7, 2026
24 C
Odisha

    ପୁଲିସକୁ ବିବ୍ରତ କରୁଛି ୩୦ ବର୍ଷ ପୂର୍ବେ ‘ଏନ୍‌କାଉଣ୍ଟର୍‌’ରେ ନିହତ ବ୍ୟକ୍ତିଙ୍କ ଭୂତ!

    ଆଗକୁ ପଢନ୍ତୁ

    ଚଣ୍ଡୀଗଡ଼: ୨ ସପ୍ତାହରେ ୧୧ଟି ‘ଏନ୍‌କାଉଣ୍ଟ୍‌’ କରିଥିବା ବେଳେ ସମ୍ପ୍ରତି ୩୦ ବର୍ଷ ପୂର୍ବେ ନିଖୋଜ ଓ ନିହତ ହୋଇଥିବା ଜଣେ ‘ଅକାଳ ତଖ୍‌ତ୍‌’ ଜ‌ାଠେଦାର୍‌ଙ୍କ ଭୂତ ପଞ୍ଜାବ ପୁଲିସକୁ ବିବ୍ରତ କରୁଥିବା କଥା ‘ଏନ୍‌ଡିଡିଭି’ ରିପୋର୍ଟ କରିଛି।ରିପୋର୍ଟରେ ଉଲ୍ଲେଖ ଅଛି, ‘ଅକାଳ ତଖ୍‌ତ୍‌’ ଜ‌ାଠେଦାର୍‌ ଗୁରୁଦେବ ସିଂହ କୌନ୍‌କେଙ୍କୁ ୧୯୯୨ ଡିସେମ୍ବରରେ ହାଜତକୁ ନିଆଯାଇଥିଲା। କିଛି ଦିନ ପରେ ପୁଲିସ କହିଲା କି, ସେ ହାଜତରୁ ଖସି ପଳାଇଛନ୍ତି। କିନ୍ତୁ, ଗ୍ରାମବାସୀମାନେ ଅଭିଯୋଗ କରିଥିଲେ କି, ନିଖୋଜ ହେବା ପରେ କୌନ୍‌କେଙ୍କୁ ‘ଏନ୍‌କାଉଣ୍ଟ୍‌’ କରି ପୁଲିସ ହତ୍ୟା କରିଥିଲା।

    ସଂଗୃହୀତ ସୂଚନା ଅନୁସାରେ, ୧୯୯୨ ଡିସେମ୍ବର ୧୨ ତାରିଖ ଦିନ କୌନ୍‌କେଙ୍କୁ ଜାଗ୍ରାଓଁ ‘ଏସ୍‌ଏଚ୍‌ଓ’ ଧରି ନେଇଯାଇଥିଲେ କିନ୍ତୁ, ତାଙ୍କର ୭ ଦିନର ନାତି ମରିଯିବା ପରେ ଗ୍ରାମବାସୀମାନେ ବାଧ୍ୟ କରିବାରୁ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା। ପୁଣି ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣାରେ କୌନ୍‌କେଙ୍କୁ ଅଭଯୁକ୍ତ କରି ପୁଲିସ ୧୯୯୨ ଡିସେମ୍ବର ୨୫ରେ ତାଙ୍କୁ ଗିରଫ କରିଥିଲା। ପରେ  ପୁଲିସ କହିଥିଲା ଯେ, ୧୯୯୩ ଜାନୁଆରି ୨ରେ କୌନ୍‌କେ ତାଙ୍କ ହାତକଡ଼ି ସଂଯୋଗ କରାଯାଇଥିବା ଜଣେ କନେଷ୍ଟବଳଙ୍କ ବେଲ୍‌ଟ୍‌ ଛିଡ଼ାଇ ଖସି ପଳାଇ ଯାଇଥିଲେ।

    ୧୯୯୮ ଜୁନ୍‌ ୭ରେ ମସିହାରେ କୌନ୍‌କେଙ୍କ ହତ୍ୟା ଘଟଣାର ତଦନ୍ତ କରି ଅତିରିକ୍ତ ପୁଲିସ ମହାନିର୍ଦେଶକ ବି. ପି. ତିୱାରି ୧୯୯‌୯ରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କଲେ। ଏଥିରେ ସେ ପୁଲିସକୁ ସମ୍ପୂର୍ଣ୍ଣ ଦାୟୀ କରିଥିଲେ। କିନ୍ତୁ, ଏ ରିପୋର୍ଟ ସାର୍ବଜନୀନ କରାଯାଇ ନ ଥିଲା କି, କ‌ୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। କିନ୍ତୁ, ରିପୋର୍ଟ ଦାଖଲ କରାଯିବାର ୨୪ ବର୍ଷ ପରେ ‘ପଞ୍ଜାବ ମାନବ ଅଧିକାର ସଙ୍ଗଠନ’ ହାତରେ ଉକ୍ତ ରିପୋର୍ଟ ପଡ଼ିବାରୁ ଏହି ସଙ୍ଗଠନ ସମ୍ପ୍ରତି ‘ଅକାଳ ତଖ୍‌ତ’ର ଜାଠେଦାର୍‌ ଥିବା ଜ୍ଞାନୀ ରାଘବୀର ସିଂହଙ୍କୁ ସେୟାର୍‌ କରିଦେଲେ। ତାଙ୍କଠାରୁ ଏ ରିପୋର୍ଟ ବିଷୟରେ ସାଧାରଣ ଜନତା ଜାଣିବା ପରେ ପୁଣି ଏହା ଚର୍ଚ୍ଚାର ବିଷୟ ହୋଇ ଯାଇଛି। ୧୯୯୮ରୁ ଚାଲିଥିବା ଏହି ଘଟଣାର ତଦନ୍ତ ସମ୍ପ୍ରତି ‌ପୁଲିସର ଦାବି ଉପରେ ସନ୍ଦେହ କରି ପୁଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ କରିବାକୁ  ‘ପଞ୍ଜାବ ମାନବ ଅଧିକାର ସଙ୍ଗଠନ’ ମଧ୍ୟ ସୁପାରିସ କରିଛି। ତେଣୁ, ପଞ୍ଜାବ ପୁଲିସ ପାଇଁ ଏହା ‘ଭୂତ’ ଗୋଡ଼ାଇବା ପରି ବିବ୍ରତକର ପ୍ରସଙ୍ଗ ହୋଇ ପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ