Thursday, October 1, 2026
22.7 C
Odisha

    ଭଉଣୀଙ୍କ ଘରେ ଦ୍ବିତୀୟ ବିବାହ କରି‌ବେ ଅରବାଜ; ଗଣମାଧ୍ୟମଙ୍କ ପ୍ରଶ୍ନର ଏଭଳି ପ୍ରତିକ୍ରିୟା ଦେଲେ ଅଭିନେତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅରବାଜ ଖାନ ୫୬ବର୍ଷ ବୟସରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି। ଅରବାଜ ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କ ସହିତ ଅନେକ ଦିନ ସମ୍ପର୍କରେ ରହିବା ପରେ ଭଲ ଭାବେ ଜାଣିବା ପରେ ଅରବାଜ ବିବାହ କରିବାକୁ ସ୍ଥିର କରିଛନ୍ତି। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଅରବାଜ ଓ ଶୌରଙ୍କ ବିବାହ ଅର୍ପିତା ଖାନ ଓ ଆୟୁଷ ଶର୍ମାଙ୍କ ଘରେ ହେବ। ଖୁବ କମ ଅତିଥିଙ୍କ ଗହଣରେ ଦୁହିଁଙ୍କ ବିବାହ ହେବ। ତେବେ ଏଯାବତ ଏହି ଘଟଣାକୁ ନେଇ ଖାନ ପରିବାର ପକ୍ଷରୁ ‌କୌଣସି ପ୍ରତିକ୍ରିୟା ମିଳିନାହିଁ କି ଏହି ଖବରକୁ ଖଣ୍ଡନ ବି କରାଯାଇନାହିଁ ଗତରାତିରେ ଅରବାଜଙ୍କୁ ଗଣମାଧ୍ୟମ ଭେଟିବା ପରେ ବିବାହ ସମ୍ପର୍କ‌ରେ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନ ଶୁଣି ଅରବାଜ ହସିଦେଇ କହିଥିଲେ, ‘ଶାନ୍ତ ରୁହ ସମୟ ଆସ‌ିଲେ ସବୁକିଛି ସାମ୍ନାକୁ ଆସିବ’। ‘ପାଟନା ଶୁକ୍ଳା’ ଫିଲ୍ମର ସେଟରେ ଶୌରା ଏବଂ ଅରବାଜଙ୍କ ଦେଖା ହୋଇଥିଲା, ଯାହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

    କିଛିଦିନର ପ୍ରେମ ସମ୍ପର୍କ ପରେ ଅରବାଜ ଓ ଶୌର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହିଁଙ୍କ ବିବାହ ଡିସେମ୍ବର ୨୪ ତାରିଖରେ ହେବ ବୋଲି ସ୍ଥିର ହୋଇଛି। ଏହି ବିବାହରେ କେବଳ ଅରବାଜ ଓ ଶୌରଙ୍କ ପରିବାର ସଦସ୍ୟ ଏବଂ କିଛି ଖାସ ବନ୍ଧୁମାନେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ୫୬ବର୍ଷ ବୟସରେ ଅରବାଜଙ୍କ ବିବାହ ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି। ଏଥିସହିତ ଅନ୍ୟମାନେ ଅରବାଜ ଏତେ ତରବାର ହୋଇ କାହିଁକି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହାର କାରଣ ବୁଝି ହେଉନାହିଁ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ