Friday, September 18, 2026
26.3 C
Odisha

    କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

    ଆଗକୁ ପଢନ୍ତୁ

    ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ର କମଳାଙ୍ଗ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ ହୋଇଯାଇଛି। ରେଲୱେ ଅଧିକାରୀଙ୍କ ସୂଚନା ମୁତାବକ ଭୋର୍ ପ୍ରାୟ ୪ଟା ସମୟରେ ଡୁବୁରି ଅଞ୍ଚଳରୁ ଏକ କୋଇଲା ଟ୍ରେନ୍ କୋଇଲା ଖାଲି କରି ତାଳଚେର ଆସୁଥିବା ବେଳେ କମଳାଙ୍ଗ ଷ୍ଟେସନ ରୁ କିଛି ଦୂର ଅତିକ୍ରମ କରିବା ପରେ ଲାଇନଚ୍ୟୁତ ହୋଇଥିଲା ଟ୍ରେନ୍। ରେଲୱେ ବିଭାଗର ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରେଲୱେ ବିଭାଗର ଏଡିଆରଏମ (ADRM) କଲ୍ୟାଣ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏ ଡି ଆର ଏମ ଙ୍କ ସୂଚନା ମୁତାବକ ଟ୍ରେନଟି କୋଇଲା ଖାଲି କରି ଫେରିବା ସମୟରେ କୌଣସି କାରଣ ବଶତଃ ଭୁଲ ଲାଇନ ରେ ଅତିକ୍ରମ କରିଥିଲା ଯାହାଦ୍ୱାରା ଏହି ପ୍ରକାର ଦୁର୍ଘଟଣା ଘଟିଛି। ଚାଳକ କୁ ତାଳଚେର ସ୍ଥିତ କାର୍ଯ୍ୟଳୟ ରେ ଥିବା ବେଳେ ଏହାର ତଦନ୍ତ ଚାଲିଛି ଏହା ଯାନ୍ତ୍ରିକ ତୃଟି ନା ମନୁଷ୍ୟର ତ୍ରୁଟି । ପ୍ରଥମଃ ପର୍ଯ୍ୟାୟରେ ଟ୍ରେନ୍ ଚଳାଚଳ କିପରି ସ୍ଵାଭାବିକ୍ ହୋଇପାରିବ ସେଥିପ୍ରତି ଧ୍ୟାନ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    84 %
    0.4kmh
    100 %
    Fri
    27 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ