Monday, October 12, 2026
21.2 C
Odisha

    ଜଳକା ନଦୀରେ ଭାସୁଥିଲା ଡଲ୍‌ଫିନ୍

    ଆଗକୁ ପଢନ୍ତୁ

    ଜଳକା ନଦୀରେ ଭାସୁଥିଲା ଡଲ୍‌ଫିନ୍। ଗାଁ ଲୋକେ ଧରି ପୋଖରୀରେ ଛାଡ଼ିଥିଲେ। ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ପୋଖରୀରୁ ଡଲ୍‌ଫିନ୍‌କୁ ଉଦ୍ଧାର କରି ସମୁଦ୍ରରେ ଛାଡ଼ିଛି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଖବର। ବସ୍ତା ଦେଇ ପ୍ରବାହିତ ହୋଇଛି ଜଳକା ନଦୀ। ଆଜି ସକାଳେ ସେହି ନଦୀର ନଳବାହାରରେ ଗୋଟିଏ ଡଲ୍‌ଫିନ୍‌ ଭାସୁଥିଲା। ଏହାକୁ କୁମ୍ଭୀର ଭାବି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ନଦୀ ପାର୍ଶ୍ୱବର୍ତ୍ତୀ ଗାଁର ହରିହର ମାଝି ସେହି ଡଲ୍‌ଫିନ୍‌ ଉପରେ ଜାଲ ପକାଇ ଦେଇଥିଲେ। ଡଲ୍‌ଫିନ୍‌ଟି ଜାଲ୍‌ରେ ପଡ଼ି ଯାଇଥିଲା। ଗାଁ ଲୋକେ ଡଲ୍‌ଫିନ୍‌ ବୋଲି ଜାଣିବାପରେ କାନ୍ଧରେ ବୋହି ନେଇ ପୋଖରୀରେ ଛାଡ଼ିଥିଲେ। ଉଦ୍ଧାର ହୋଇଥିବା ଡଲ୍‌ଫିନ୍‌ର ଓଜନ ୨୦ରୁ ୨୫ କେଜି ହେବ ବୋଲି ଅନୁମାନ କରାଯାଉଛି।

    ଗାଁ ଲୋକେ ଡଲ୍‌ଫିନ୍‌କୁ ପୋଖରୀରେ ଛାଡ଼ିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ପ୍ରାୟ ଘଣ୍ଟାଏ ପରେ ଗାଁରେ ପହଞ୍ଚି ଥିଲେ। ତା’ପରେ ପୋଖରୀରେ ଡଲ୍‌ଫିନ୍‌କୁ ଖୋଜିଥିଲେ। ଦୀର୍ଘ ସମୟଧରି ଖୋଜିବା ପରେ ଡଲ୍‌ଫିନ୍‌କୁ ଧରିଥିଲେ। ପରେ ବନ ବିଭାଗ ଡଲ୍‌ଫିନ୍‌କୁ ଉଦ୍ଧାର କରି ଚାନ୍ଦିପୁର ସମୁଦ୍ର ମୁହାଣ ଛାଡ଼ିଥିବା ଜଣାପଡ଼ିଛି। ଜଳକା ନଦୀରେ ପୂର୍ବରୁ କେବେ ଡଲ୍‌ଫିନ୍‌ ଦେଖିବାକୁ ମିଳିନଥିଲା। ଏହା ହେଉଛି ପ୍ରଥମ ଘଟଣା। ତେବେ ଡଲ୍‌ଫିନ୍‌ଟି ଜଳକା ନଦୀକୁ କେମିତି ଆସିଲା, ତାହା ଜଣାପନି ନାହିଁ। ବନ ବିଭାଗ ତାହା ଉପରେ ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଏବଂ ସମୁଦ୍ରର ମିଳନ ସ୍ଥଳରେ ପୂର୍ବରୁ ଡଲ୍‌ଫିନ୍‌ ଭାସୁଥିବାର ନଜିର ରହିଛି। ସିଏ ପୁଣି ଅଳ୍ପ ସମୟ ପାଇଁ। ଯେଉଁ ସମୟରେ ଡଲ୍‌ଫିନ୍‌ମାନେ ଭାସନ୍ତି, ସେତେବେଳେ ସେଠାରେ ଲୋକଙ୍କ ଭିଡ଼ ଜମିଥାଏ। ହେଲେ ଜଳକା ନଦୀରେ ଡଲଫିନ୍‌ ଭାସିବା ହେଉଛି ପ୍ରଥମ ଘଟଣା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ