Friday, June 26, 2026
25.9 C
Odisha

    ବିଏସ୍‌କେୱାଇ ନେଇ ଟୁଇଟ୍‌ କଲେ ରାଜ୍ୟପାଳ; ଚିକିତ୍ସା‌ ସେବା ଯୋଗାଇଦେବାକୁ ଦେଲେ ପରାମର୍ଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଦ୍ୱନ୍ଦ୍ୱ ଭିତରେ ରାଜ୍ୟପାଳ ରଘୁବର ଦାସ ଚିନ୍ତାପ୍ରକଟ କରିଛନ୍ତି। ସେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଏଥିପାଇଁ ଯେପରି ସ୍ୱାସ୍ଥ୍ୟସେବା ବ୍ୟାହତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ରହିଛି।ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ରାଜ୍ୟପାଳ କହିଛନ୍ତି, ନିର୍ବାଚନ ଫଳାଫଳ ପରେ ବିଏସ୍‌କେୱାଇ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କିତ ଭ୍ରମ ଏବଂ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ କରାଯାଉଥିବା ନେଇ ଗଣମାଧ୍ୟମର ରିପୋର୍ଟ କଷ୍ଟ ଅନୁଭବ ହୋଇଛି। ମୁଁ ଏହି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛି। ଯଦ୍ୱାରା ବିଏସ୍‌କେୱାଇ ସମ୍ବନ୍ଧରେ କୌଣସି ଭ୍ରମ ସୃଷ୍ଟି ନହଉ ଏବଂ ହିତାଧିକାରୀମାନଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ।

    ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ବିଏସକେୱାଇ ଯୋଜନା ଚାଲୁ ରହିଥିବା ସେ ସ୍ପଷ୍ଟ କରିଛନ୍ତି। ସମସ୍ତ ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସା କରାଯାଉଛି। କୌଣସି ଡାକ୍ତରଖାନା ରୋଗୀଙ୍କୁ ଚିକିତ୍ସା କରିବାରେ ଅବହେଳା କରିପାରିବେ ନାହିଁ। ଚିକିତ୍ସାରେ ଅବହେଳା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ମୁଖ୍ୟ ଶାସନ ସଚିବ କହିଛନ୍ତି ଖାଲି ସେତିକି ନୁହେଁ, ରୋଗୀଙ୍କୁ ହସ୍ପିଟାଲ ଡିସଚାର୍ଜ ବି କରିପାରିବେ ନାହିଁ। ନୂଆ ସରକାର କୌଣସି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ଏହାସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି। କୌଣସି ଅସୁବିଧା ହେଲେ ୧୦୪ ନମ୍ବରରେ କଲ୍ କରିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲେ। ବିଏସକେୱାଇ ଯୋଜନା ଜାରି ରହିଥିବା ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    86 %
    2.1kmh
    100 %
    Fri
    26 °
    Sat
    37 °
    Sun
    36 °
    Mon
    36 °
    Tue
    30 °

    ସମ୍ବନ୍ଧିତ