Wednesday, October 7, 2026
23.2 C
Odisha

    ଦିଲ୍ଲୀକୁ ଜଳ ଯୋଗାଣ ପାଇଁ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଦିଲ୍ଲୀରେ ପ୍ରବଳ ଗରମ ସହ ଏବେ ଜଳ ସଂକଟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଜଳ ସଙ୍କଟର ମୁକାବିଲା ପାଇଁ ସହରକୁ ସାହାଯ୍ୟ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁବାର ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ  ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି।ଆସନ୍ତାକାଲି ହରିଆଣା ବୋର୍ଡକୁ ସୂଚନା ଦେବା ସହ ହିମାଚଳ ପ୍ରଦେଶକୁ ଜଳ ଛାଡ କରିବାକୁ କୋର୍ଟ କହିଛନ୍ତି। ଏହା ସହ ଦିଲ୍ଲୀକୁ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ହରିଆଣାଙ୍କୁ କୁହାଯାଇଛି। ପିଟିଆଇ ଅନୁଯାୟୀ, ସୁପ୍ରିମକୋର୍ଟ କହିଛନ୍ତି ଯେ ଜଳର ଅପଚୟ ନହେବା ଏବଂ ଜଳ ଉପରେ କୌଣସି ରାଜନୀତି ହେବା ଉଚିତ ନୁହେଁ।

    ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଉତ୍ତାପ ହେତୁ ଜଳର ଘୋର୍‌ ଅଭାବ ଦେଖିବାକୁ ମିଳିଛି। ଜଳର ଘୋର ଅଭାବ ମଧ୍ୟରେ ହରିଆଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରୁ ଅତିରିକ୍ତ ଜଳ ଯୋଗାଣ ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ।

    ଦିଲ୍ଲୀ ସରକାର ତାଙ୍କ ଆବେଦନରେ କହିଥିଲେ ଯେ ପ୍ରବଳ ଗରମ ମଧ୍ୟରେ ଜାତୀୟ ରାଜଧାନୀରେ ଜଳର ଘୋର୍‌ ଆବଶ୍ୟକତା ବୃଦ୍ଧି ପାଇଛି। ପ୍ରବଳ ଉତ୍ତାପରେ ଦିଲ୍ଲୀର ଜଳର ଆବଶ୍ୟକତା ବୃଦ୍ଧି ପାଇଥିବା ବେଳେ ଲୋକ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଦେଶ ରାଜଧାନୀର ଆବଶ୍ୟକତା ପୂରଣ କରିବା ସମସ୍ତଙ୍କ ଦାୟିତ୍ବ।

    ଚାନକ୍ୟାପୁରୀର ସଞ୍ଜୟ କ୍ୟାମ୍ପ ଅଞ୍ଚଳ ବ୍ୟତୀତ ତୀବ୍ର ଜଳ ଅଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳର ଲୋକଙ୍କ ମଧ୍ୟରେ ଗୀତା କଲୋନୀ  ସହିତ ଦିଲ୍ଲୀର ଅନେକ ଅଞ୍ଚଳ ରହିଛି। ସହରର ଲୋକ ଗରମକୁ ଜଳ ଅଭାବ ହେତୁ ଖୁବ୍ ହଇରାଣ ହରକତ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ