Thursday, July 2, 2026
29.2 C
Odisha

    ରାଜ୍ୟପାଳଙ୍କ ଶୈବପୀଠ ଦର୍ଶନ ଓ ମିସନକାଫେ ପରିଦର୍ଶନ

    ଆଗକୁ ପଢନ୍ତୁ

    ରାଉରକେଲା/ବେଦବ୍ୟାସ: ଓଡ଼ିଶାର ରାଜ୍ୟପାଳ ଆଜି ରାଉରକେଲାର ବେଦବ୍ୟାସ ଶୈବପୀଠରୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ, ମିସନ ଶକ୍ତି କାଫେ ଆଦି ପରିଦର୍ଶନ କରିଥିଲେ। ପ୍ରଥମେ ବେଦବ୍ୟାସ ଶୈବ ପୀଠ ଯାଇ ପୂଜାଅର୍ଚ୍ଚନା କରିଥିଲେ। ଏହା ପରେ ପାନପୋଷ ସ୍ଥିତ କ୍ରୀଡାବାସ ପରିଦର୍ଶନ କରି ସେଠାର ଖେଳାଳିମାନଙ୍କ ସହିତ କଥାବାର୍ତ୍ତା କରିବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ରାଜ୍ୟପାଳ ଉଦିତନଗରସ୍ଥ ମିସନ ଶକ୍ତି କ୍ୟାଫେ ମଧ୍ୟ ବୁଲି ଦେଖିଥିଲେ। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ର ସଦସ୍ୟା‌ମାନଙ୍କ ସହିତ ଆଲୋଚନା କରି ତାଙ୍କର ସମସ୍ୟା ପଚାରି ବୁଝିଥିଲେ। ସେଠାରେ କିଛି ଏସ୍‌ଏଚ୍‌ଜି ମହିଳା ତାଙ୍କୁ କାମ ମିଳୁ ନଥିବା ରାଜ୍ୟପାଳଙ୍କୁ କହିଥିଲେ। ରାଜ୍ୟପାଳ ଆର୍‌ଏମ୍‌ସି ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। କର୍ମଚାରୀ ଜଣକ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିବାରୁ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମହିଳାମାନଙ୍କୁ କାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଷମା ବିଳୁଙ୍ଗ, ଉପ ଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ, ଆର୍‌ଡିଏ ସଚିବ ଚନ୍ଦ୍ରକାନ୍ତ ମଲ୍ଲିକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    76 %
    2.5kmh
    100 %
    Thu
    28 °
    Fri
    29 °
    Sat
    28 °
    Sun
    25 °
    Mon
    25 °

    ସମ୍ବନ୍ଧିତ