Monday, October 19, 2026
21.9 C
Odisha

    ମୁଁ ଏକ ଅମୃତଭଣ୍ଡା ଓ କଦଳୀ ହେବାକୁ ଚାହେଁନା: ଚେତନ ଭଗତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜଣାଶୁଣା ଲେଖକ ଚେତନ ଭଗତ ଅନଲାଇନ୍ ଟ୍ରୋଲ୍‌ର ଶିକାର ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କୁ କରାଯାଉଥିବା ଟ୍ରୋଲ୍‌ର ଜବାବ ଏକଦମ ସକାରାତ୍କ ଭାବେ ଦେଇଛନ୍ତି। ସେ କହିଛନ୍ତି ଯେ ‘‘ମୁଁ ଏକ ଅମୃତଭଣ୍ଡା ହେବାକୁ ପସନ୍ଦ କରିଛି। ମୁଁ ଏପରି ଏକ ଫଳ; ଯାହାକୁ କିଛି ଲୋକ ପସନ୍ଦ କରିବେ ତ କିଛି ଲୋକ ପସନ୍ଦ କରିବେ ନାହିଁ। ମାତ୍ର ଏହାର ଏକ ନିଜସ୍ବ ଭଲ ଗୁଣ ଅଛି ଏବଂ ମୁଁ କଦଳୀ ହେବାକୁ ଚାହେଁନାହିଁ।’’

    ସମାଲୋଚନା ସତ୍ତ୍ବେ ସେ ନିଜର ବ୍ୟକ୍ତିତ୍ୱକୁ ଗ୍ରହଣ କରି ନିଜେ ଯେପରି ସେପରି ରହିବାକୁ ପସନ୍ଦ କରିବେ ବୋଲି କହିଛନ୍ତି। ଶନିବାର ଇଣ୍ଡିଆ ଟୁଡେ ମାଇଣ୍ଡ ରକ୍ସ ୟୁଥ୍ ସମ୍ମିଳନୀ ୨୦୧୪ରେ ଭାଗ ନେଇ ଏକ ବ୍ଲକବଷ୍ଟର ପୁସ୍ତକ ଲେଖିବା ପାଇଁ ନିଜର ସୂତ୍ର ମଧ୍ୟ ସେ ବାଣ୍ଟିଛନ୍ତି।

    ସୃଜନଶୀଳତା ଭିତରୁ ଆସିବା ଆବଶ୍ୟକ ବୋଲି କହିଥିଲେ। ‘‘ଯେତେବେଳେ ବି ତୁମେ କିଛି ସୃଷ୍ଟି କର, ନିଜ ପାଇଁ ଏହାକୁ ସୃଷ୍ଟି କର। ଏହା ଭିତରୁ ଆସିବା ଉଚିତ୍। ଏହା ହିଁ କାମ କରେ” ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ସଫଳତାର ଚାବିକାଠି ହେଉଛି ବ୍ୟକ୍ତିଗତ ଆବେଗ ଏବଂ ବାହ୍ୟ ମତାମତ ଦ୍ୱାରା ପ୍ରଭାବିତ ନହେବ। ସକାରାତ୍ମକ କିମ୍ବା ନକାରାତ୍ମକ ପ୍ରତିକ୍ରିୟାରେ ଅତ୍ୟଧିକ ବିଚଳିତ ହେଲେ ତାହା ସୃଜନ ପ୍ରକ୍ରିୟାକୁ ବାଧା ଦେଇପାରେ ବୋଲି ଚେତନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ