Thursday, September 10, 2026
26.6 C
Odisha

    ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା, ୩୦ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା। ରତିଭାନପୁରରେ ସତସଙ୍ଗ ଚାଲିଥିବା ବେଳେ ଅଘଟଣ। ଦଳାଚକଟାରେ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ଏଟା ମେଡିକାଲ କଲେଜର ଚିଫ୍ ମେଡିକାଲ ଅଫିସର ସୂଚନା ଦେଇଛନ୍ତି। ୟୁପି ହାଥରସରେ ବଡ଼ ଅଘଟଣ, ଦଳଚକଟାରେ ୩୦ ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଏଟା ମେଡିକାଲରେ ଭର୍ତ୍ତି କରାଯାଇଛିା ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଘଟିଛିା ୨୫ଣ ମହିଳା ଓ ୨ଜଣ ପୁରଷଙ୍କର ଏହି ଅଘଟଣରେ ମୃତ୍ୟୁ ଘଟିଛିା ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛିା ସତସଙ୍ଗ କାର୍ୟ୍ୟକ୍ରମରେ ଭିଡ଼ ହେବା ଫଳରେ ଶ୍ରଦ୍ଧାଳୁ ମାନେ ଏଣେ ତେଣେ ଦୌଡିଥିଲୋ ଫଳରେ ଏତେବଡ଼ ଅଘଟଣ ଘଟିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛିା ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତିା ଆହତ ମାନଙ୍କୁ ମେଡିକାଲରେ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା କେମିତି ଓ କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ଏହାର ଯାଂଚ କରିବାକୁ ଏଡିଜି ଆଗ୍ରା ଓ ଆଲିଗଡ଼ ପୋଲିସ କମିଶନରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.6 ° C
    26.6 °
    26.6 °
    88 %
    1.2kmh
    100 %
    Thu
    28 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ