Friday, September 20, 2024
24.1 C
Odisha

    ଜାଣନ୍ତୁ ଅଞ୍ଜିର ଖାଇବାର ଫାଇଦା ଏବଂ କ୍ଷତି ସମ୍ପର୍କରେ କିଛି ଅଜଣା କଥା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ହେଲଦି ଏବଂ ଫିଟ୍ ରହିବା ପାଇଁ, ଆପଣ ନିଜ ଲାଇଫ୍‌ ଷ୍ଟଇଲ୍‌କୁ ପରିବର୍ତ୍ତନ କରିବା ଉଚିତ । ଯଦି ଆପଣ ପ୍ରତିଦିନ ହେଲଦି ଖାଦ୍ୟ, ସଠିକ୍ ପରିମାଣର ପୋଷକ ତତ୍ତ୍ୱ ଗ୍ରହଣ କରିବେ, ତାହେଲେ ଆପଣ ହେଲଦି ଏବଂ ଫିଟ୍‌ ରହିବେ । ଯାହାଫଳରେ ଆପଣଙ୍କ ଶରୀର ସୁସ୍ଥ ରହିବ ଏବଂ ଅନେକ ରୋଗରୁ ଦୂରେଇ ରହିବାକୁ ସକ୍ଷମ ହେବ । ତେବେ ପ୍ରତିଦିନ ନିଜ ଡାଏଟ୍‌ରେ ଅଞ୍ଜିର ସାମିଲ କରିବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣମାନେ ତ ଜାଣିଥିବେ ଯେକୌଣସି ଜିନିଷ ହେଉ ଅଥିକ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ଅଧିକ ଅଞ୍ଜିର ଖାଇବା ଦ୍ୱାରା କ’ଣ ଫାଇଦା ଏବଂ କ୍ଷତି ହୋଇଥାଏ ।

    ପ୍ରତିଦିନ ଖାଦ୍ୟରେ ଅଞ୍ଜିର ଅନ୍ତର୍ଭୁକ୍ତ କରିବା ମଧ୍ୟ ଏକ ଉତ୍ତମ ବିକଳ୍ପ, କାରଣ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ଆପଣ ହେଲିଦ୍‌ ଏବଂ ଫିଟ୍‌ ରହିବେ । ତେବେ ଏହାର ଲାଭ ସହିତ, ଅତ୍ୟଧିକ ବ୍ୟବହାର ମଧ୍ୟ କିଛି ଅସୁବିଧା ସୃଷ୍ଟି କରିପାରେ । ତେଣୁ ଏହା ବିଷୟରେ ସବୁ କଥା ଜାଣିବା ବହୁତ ଜରୁରୀ ହୋଇଥାଏ । ଭିଟାମିନ୍ E, K, ଜିଙ୍କ, ମାଙ୍ଗାନିଜ୍, B6, B1, ଫାଇବର, ପୋଟାସିୟମ୍, କ୍ୟାଲସିୟମ୍ ପରି ଉପାଦାନ ଅଞ୍ଜିରରେ ମିଳିଥାଏ । ତେଣୁ ଅଞ୍ଜିର ଖାଇବା କେବଳ ବୟସ୍କମାନଙ୍କ ପାଇଁ ନୁହେଁ ପିଲାମାନଙ୍କ ପାଇଁ ମଧ୍ୟ ଲାଭଦାୟକ । ସେଥିପାଇଁ ଅଞ୍ଜିର ଖାଇବାର ଆବଶ୍ୟକତା, ପଦ୍ଧତି ଏବଂ ପରିମାଣର ଯତ୍ନ ନେବା ଜରୁରୀ ହୋଇଥାଏ ।

    ଜାଣନ୍ତୁ ଅଞ୍ଜିରର ଲାଭ କ’ଣ ?
    ଯଦି ଆପଣ ନିଜ ପ୍ରତିଦିନ ଡାଏଟ୍‌ ଅଞ୍ଜିର ସାମିଲି କରୁଛନ୍ତି । ତେବେ ଏହା କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ନାହିଁ ବରଂ ହାଡକୁ ମଧ୍ୟ ମଜ୍‌ବୁତ କରିବ । ଏଥିରେ ଥିବା ଫାଇବର ହେତୁ ଆପଣ ହଜମ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା ପାଇପାରିବେ । ଅଞ୍ଜିର ଖାଇବା ଦ୍ୱାରା ସ୍କିନ୍‌ ଭଲ ରହିବା ସହତି ହାର୍ଟ ମଧ୍ୟ ସୁସ୍ଥ ରହିଥାଏ । ଏହା ବ୍ୟତୀତ ଅଞ୍ଜିର ଆପଣଙ୍କୁ ଶକ୍ତି ଯୋଗାଇବା ସହିତ ଆକ୍ଟିଭ ମଧ୍ୟ ରଖିବାରେ ସାହାଯ୍ୟ କରିଥାଏ ।

    କେମିତ ଏବଂ କେତେ ଅଞ୍ଜିର ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :
    ତେବେ ଆପଣମାନେ ଜାଣିଥିବେ ଯେ ଅଞ୍ଜିର ଏକ ଫଳ, ଯାହକୁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି । ଏହାକୁ ଆପଣ ସବୁ ଋତୁରେ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ତେବେ ଅଧିକାଂଶ ଲୋକ ଖାଦ୍ୟରେ ଡ୍ରାଏ ଅଞ୍ଜିର ଅନ୍ତର୍ଭୁକ୍ତ କରନ୍ତି । ତେବେ ଏହାକୁ ଖାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଅଞ୍ଜିରକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଇବା । ଏହା ବ୍ୟତୀତ ପ୍ରତିଦିନ ୨ ରୁ ୩ ଖଣ୍ଡ ଅଞ୍ଜିର ଖାଇବା ଯଥେଷ୍ଟ ବୋଲି ବିବେଚନା କରାଯାଏ । ତାହେଲେ ଆସନ୍ତୁ ଜାଣିବା ଯେ ସଠିକ୍‌ ପରିମାଣ ଠାରୁ ଅଧିକ ଅଞ୍ଜିର ଖାଇବାର ଅସୁବିଧା ବିଷୟରେ ।

    ଅଞ୍ଜିର ଖାଇବାର ଅସୁବିଧା :
    ଅଞ୍ଜିରରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ମିଳିଥାଏ । ସେଥିରେ ଅଧିକ କ୍ୟାଲୋରୀ ଏବଂ ମିଠା ମଧ୍ୟ ରହିଥାଏ । ତେବେ ଯଦି ଏହାକୁ ଆପଣ ଅଧିକ ମାତ୍ରାରେ ଖାଇବେ ତାହେହେଲ ଏହା ଆପଣଙ୍କ ସୁଗର ଲେବଲକୁ ବଢାଇପାରେ । ଏହା ସହ ଆପଣଙ୍କ ଓଜନ ମଧ୍ୟ ବଢିପାରେ । ସେଥିପାଇଁ ଯେଉଁ ଲୋକମାନେ କୌଣସି ପ୍ରକାରର ଔଷଧ ସେବନ କରୁଛନ୍ତି, ସେମାନେ ଅଞ୍ଜିର ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଯାହା ଦ୍ୱାରା କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ