Thursday, June 19, 2025
23.5 C
Odisha

ଚେହେରାରେ ଚମକ ଆଣିବ ରସୁଣ : ଜାଣନ୍ତୁ ଉପାୟ

ଆଗକୁ ପଢନ୍ତୁ

ରସୁଣ କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ । ପାଣିପାଗ ହିସାବରେ ଆପଣଙ୍କୁ ଏହାର ସେବନର ମାତ୍ରା ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା କେମିତି ରସୁଣ ସୌନ୍ଦର୍ଯ୍ୟ ଉପଚାରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
ପାଟିକୁ ରସୁଣର ସ୍ୱାଦ ଖୁବ୍ କଡା ଲାଗିଥାଏ। ହେଲେ ଏହାକୁ ଖାଇଲେ ବୟସାଧିକରେ ମଳିନ ଓ କୁଞ୍ଚ କୁଞ୍ଚ ଦେଖାଯାଉଥିବା ଚେହେରାରେ ଚମକ ଆସିଥାଏ। କେଶ ଝଡା ସମସ୍ୟା ଦୂର ହୋଇଥାଏ। ଆପଣ ଯଦି ବୟସ ବୃଦ୍ଧି ସତ୍ୱେ ଯୁବା ଦେଖାଯିବା ପାଇଁ ଚାହାନ୍ତି ,ତେବେ ଆପଣଙ୍କୁ ରସୁଣକୁ ନେଇ ଏହି ଉପାୟ ଅବଲମ୍ବନ କରିବାକୁ ହେବ –
୧ -୨୫୦ ଗ୍ରାମ ରସୁଣ ନେଇ ଖଣ୍ଡ ଖଣ୍ଡ କରି କାଟନ୍ତୁ। ଏହାପରେ ତାହାର ଏକ ପେଷ୍ଟ୍ କରି ସେଥିରେ ୨୫ଟି ଲେମ୍ବୁର ରସକୁ ମିଶାନ୍ତୁ।
୨ – ଏହି ମିଶ୍ରଣକୁ ଏକ କାଚର ବୋତଲରେ ରଖି ଭଲ ଭାବରେ ବୋତଲକୁ ହଲାଇ ରଖିଦିଅନ୍ତୁ। ଏଥିସହିତ ଆପଣଙ୍କୁ ଏହି ବୋତଲର ମୁହଁକୁ ବନ୍ଦ କରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରସୁଣର ପେଷ୍ଟକୁ କାଚ ବୋତଲରେ ରଖନ୍ତୁ।
୩- ଏକ କପ୍ ଥଣ୍ଡା ପାଣି ସହ ରସୁଣର ପେଷ୍ଟରୁ ଗୋଟିଏ ଚାମଚ ସେବନ କରନ୍ତୁ । ୧୫ ଦିନ ପର୍ଯ୍ୟନ୍ତ ଲଗାତାର ଏପରି ସେବନ କରିବା ଦ୍ୱାରା ଆପଣ ନିଜେ ହିଁ ଏହାର ଫରକ୍ ଅନୁଭବ କରିପାରିବେ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
light rain
23.5 ° C
23.5 °
23.5 °
91 %
1.8kmh
100 %
Thu
26 °
Fri
28 °
Sat
31 °
Sun
33 °
Mon
33 °

ସମ୍ବନ୍ଧିତ