Saturday, October 10, 2026
24.5 C
Odisha

    ଜଳବାୟୁ ପରିବର୍ତ୍ତନଜନିତ ଡେଙ୍ଗୁରେ ୪୦୭ ମୃତ

    ଆଗକୁ ପଢନ୍ତୁ

    ଢାକା: ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ଓ ଅସ୍ବାଭାବିକ ମୌସୁମୀ ଯୋଗୁଁ ୨୦୨୪ରେ ବାଂଲାଦେଶରେ ୪୦୦ରୁ ଅଧିକ ଡେଙ୍ଗୁଜନିତ ମୃତ୍ୟୁ ଘଟିଛି।   ମଶାବାହିତ ସଂକ୍ରମଣ ପାଇଁ  ଦେଶରେ ଦେଖାଦେଇଥିବା ସ୍ବାସ୍ଥ୍ୟ ସଙ୍କଟ ଚିନ୍ତାର କାରଣ ପାଲଟିଛି।  ଏବେ  ୯୦ଟି ଦେଶରେ ସକ୍ରିୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ଏ କ୍ଷେତ୍ରରେ ବାଂଲାଦେଶର ସ୍ଥିତି ଉଦ୍‌ବେଗଜନକ ରହିଛି ଏବଂ ଚଳିତ ବର୍ଷ ଏ ବାବଦ ମୃତ୍ୟୁସଂଖ୍ୟା ୪୦୭ ଛୁଇଁଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଏହା ସହିତ ୭୮,୫୯୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତବର୍ଷ ମଧ୍ୟ  ବାଂଲାଦେଶରେ ଡେଙ୍ଗୁଜନିତ ମୃତ୍ୟୁସଂଖ୍ୟା ୧,୭୦୫  ରହିଥିଲା ଏବଂ ୩ ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିଲେ।  ସାରା ଦେଶରେ, ବିଶେଷ କରି ଢାକାରେ ଥିବା ହସ୍ପିଟାଲଗୁଡ଼ିକରେ ଏବେ ଡେଙ୍ଗୁରୋଗୀଙ୍କ ଭିଡ଼ ଦେଖିବାକୁ ମିଳିଛି।

    ଡାକ୍ତରମାନେ କହିଛନ୍ତି ଯେ ବିଳମ୍ବରେ ଚିକିତ୍ସା ଅନେକ ସମୟରେ ରୋଗୀକୁ ସଙ୍କଟ ଭିତରକୁ ନେଇଯାଏ।  ଡେଙ୍ଗୁର ପ୍ରାରମ୍ଭିକ ଲକ୍ଷଣ ସାମାନ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଗୁରୁତର ରୂପ ନେଇଥାଏ। ତୁରନ୍ତ ଚିକିତ୍ସା କଲେ ମୃତ୍ୟୁ ସଂଖ୍ୟା ୧ ପ୍ରତିଶତରୁ କମ୍ ହୋଇପାରିବ ବୋଲି ଖ୍ୟାତନାମା ଡାକ୍ତର ଏବିଏମ୍‌ ଅବଦୁଲ୍ଲା କହିଛନ୍ତି। ଜଳବାୟୁ ପରିବର୍ତନ ଯୋଗୁଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଏହି ସଙ୍କଟ ସମଗ୍ର ଦକ୍ଷିଣ ଏସିଆରେ ପାଣିପାଗ ପରିବର୍ତ୍ତନର ବ୍ୟାପକ ପ୍ରଭାବର ସଙ୍କେତ । ଜାହାଙ୍ଗୀରନଗର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ପ୍ରଫେସର କବିରୁଲ ବସର୍‌ କହିଛନ୍ତି, ‘ଆମେ ଅକ୍ଟୋବରରେ ମଧ୍ୟ ମୌସୁମୀ  ବର୍ଷା ଦେଖୁଛୁ, ଯାହା ଅସ୍ୱାଭାବିକ। ଏହି ଭୂତାଣୁ ବ୍ୟାପିବା ପାଇଁ ମୁଖ୍ୟତଃ ଦାୟୀ ମଶା ପ୍ରଜାତି ଏଡିସ୍ ଏଜିପ୍ଟି ପାଇଁ ଅନୁକୂଳ ପ୍ରଜନନ ଅବସ୍ଥା ସୃଷ୍ଟି ହେଉଛି ଏବଂ ଏହା ମୂଳରେ ଅସ୍ବାଭାବିକ ପାଣିପାଗ ରହିଛି।  ବାଂଲାଦେଶରେ ଡେଙ୍ଗୁ  ପ୍ରକୋପ ସାଧାରଣତଃ ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ଋତୁରେ ସୀମିତ ରହିଥାଏ। ଏବେ କିନ୍ତୁ ଏହା ନଭେମ୍ବରରେ ମଧ୍ୟ ବ୍ୟାପକ ରହିଛି। ଚଳିତ ବର୍ଷ ଏହି ରୋଗ ସ୍ୱାଭାବିକ ସମୟ ସୀମା ଅତିକ୍ରମ କରିବା ସହ  ଦୀର୍ଘ ଦିନ ଧରି ବର୍ଷା ଓ ଜଳବାୟୁ ପରିବର୍ତ୍ତନ ସହ ଜଡିତ ଅଧିକ ତାପମାତ୍ରା ପାଇଁ ଜାରି ରହିଛି। ଘନ ସହରାଞ୍ଚଳ ଜନସଂଖ୍ୟା  ମଧ୍ୟ ସଂକ୍ରମଣକୁ ଆହୁରି ବଢ଼ାଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ