Thursday, September 19, 2024
24.5 C
Odisha

    ୨ ପୁଅଙ୍କ ମୃତଦେହ ୧୫ କି.ମି. ବୋହିଲେ ମା’ବାପା

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ରର ଗଡ଼ଚିରୌଲୀ ଜିଲା ଅହେରି ତହସିଲ ପତ୍ତିଗାଓଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଓ ଯାତାୟାତ ସୁବିଧା ଠିକ୍‌ ନ ଥିବାରୁ ୨ ଶିଶୁଙ୍କର ଠିକ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ପତ୍ତିଗାଓଁ ଗ୍ରାମ ନିବାସୀ ରମେଶ ବିଲାଦୀଙ୍କ ୨ ପୁଅ ବାଜିରାଓ(୬) ଏବଂ ଦୀନେଶଙ୍କୁ ବୁଧବାର ପ୍ରବଳ ଜ୍ୱର ହୋଇଥିଲା। ତେବେ ଜ୍ୱରର ପାରମ୍ପରିକ ଉପଚାର ପାଇଁ ପ୍ରଥମେ ରମେଶ ଓ ତାଙ୍କ ସ୍ତ୍ରୀ ଉଭୟ ପିଲାଙ୍କୁ ସ୍ଥାନୀୟ ପୁରୋହିତଙ୍କୁ ଦେଖାଇଥିଲେ। ପୁରୋହିତ ଦେଇଥିବା ଔଷଧରେ ୨ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଥିଲା। ତେଣୁ ରମେଶ ଓ ତାଙ୍କ ସ୍ତ୍ରୀ ୨ ପିଲାଙ୍କୁ ୧୫ କି.ମି ଦୂରରେ ଥିବା ଜିମଲଗଟ୍ଟା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ହସ୍ପିଟାଲକୁ ନେବା ପାଇଁ ରମେଶଙ୍କୁ ଆମ୍ବୁଲାନ୍ସ ମିଳି ନ ଥିଲା। ସେହିପରି ଯାତାୟାତ ସୁବିଧା ନ ଥିବାରୁ ରମେଶ ଓ ତାଙ୍କ ସ୍ତ୍ରୀ ୨ ପିଲାଙ୍କୁ ଧରି କାଦୁଅ ରାସ୍ତାରେ ଚାଲିଚାଲି ଜିମଲଗଟ୍ଟା ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ଠିକ୍‌ ସମୟରେ ଚିକିତ୍ସା ସେବା ପାଇ ପାରି ନ ଥିବାରୁ ଉଭୟ ବାଜିରାଓ ଓ ଦୀନେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ମଧ୍ୟ ରମେଶ ଓ ତାଙ୍କ ସ୍ତ୍ରୀଙ୍କୁ ନିଜ ୨ ପିଲାଙ୍କ ମୃତଦେହ ପତ୍ତିଗାଓଁ ଗ୍ରାମକୁ ନେବା ପାଇଁ ଆମ୍ବୁଲାନ୍ସ ମିଳି ନ ଥିଲା। ତେଣୁ ଏହି ଦମ୍ପତି ବାଧ୍ୟ ହୋଇ ଉଭୟ ପିଲାଙ୍କର ମୃତଦେହକୁ କାନ୍ଧେଇ ୧୫ କି.ମି. ଚାଲି ଚାଲି ଗ୍ରାମରେ ପହଞ୍ଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ