Monday, August 31, 2026
23.9 C
Odisha

    ସାଦା କାଗଜରେ ଦସ୍ତଖତ ଓ ଟିପ ନେଲେ ଆକାଉଣ୍ଟ ବି ଖାଲି କରି ଦେଲେ ବାବା

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଆପଣଙ୍କ ବାସ୍ତୁ ଦୋଷ ରହିଛି । ବହୁତ ଖରାପ ସମୟ ଚାଲିଛି । ଏହାର ପ୍ରତିକାର ନକଲେ ସାନ ପୁଅର ବି ଜୀବନ ଚାଲିଯିବ । ଏମିତି କିଛି କହିଥିଲେ ଏଇ ବୃଦ୍ଧାଙ୍କୁ । ହେଲେ ବାବା ଏପରିି ପ୍ରତିକାର କଲେ ଯେ ସାନପୁଅ ସିନା ଜୀବିତ ଅଛନ୍ତି କିନ୍ତୁ ବୃଦ୍ଧାଙ୍କର ଏକର ଏକର ସମ୍ପତ୍ତି ସହ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଗଲା ।

    ସାମ୍ନାକୁ ଆସିଲା ବାବାଙ୍କ କଳା କାରନାମା । ବାସ୍ତୁ ଶାନ୍ତି ନ କଲେ ମୃତ୍ୟୁ ହେବ ସାନ ପୁଅର ଏଭଳି ମିଛ କଥା କହି ବୃଦ୍ଧାଙ୍କ ଠାରୁ ବାଲେଶ୍ଵର ସହର ଓ ଶ୍ରୀକୋଣା ମୌଜା ଅଞ୍ଚଳ ରୁ ଅଢେଇ ଏକର ର ମୂଲ୍ୟବାନ ଜମି କୁ ହଡ଼ପ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ଵର ସହରରେ ଦେଖିବାକୁ ମିଳିଛି । ଏ ବୃଦ୍ଧା ଜଣକ ହେଉଛନ୍ତି ବାଲେଶ୍ଵର ଗୋପାଳ ଗାଁ ଅଞ୍ଚଳର ଭବାନୀ ସେନ୍ । ସ୍ବାମୀଙ୍କ ମୃତ୍ୟୁ ପରେ ପରେ ବଡ଼ପୁଅ ଙ୍କ ମୃତ୍ୟୁ କୁ ନେଇ ବୃଦ୍ଧା ଜଣକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ବାବା ଏବଂ ତାଙ୍କ ସହଯୋଗୀ ବୃଦ୍ଧାଙ୍କୁ ଏପରି ଚଞ୍ଚକତାର ସହ ଠକିଛନ୍ତି । ତ୍ରୟନାଥ ବାଗଙ୍କ ସହାୟତାରେ ବାବା ଚନ୍ଦ୍ରଶେଖର ଦାସ ଓରଫ ସମାଧି ବାବା ଉଭୟ ମହିଳାଙ୍କ ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ହଡ଼ପ କରିଛନ୍ତି । ଯାହାକୁ ନେଇ ବୃଦ୍ଧା ଜଣକ ବାଲେଶ୍ଵର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

    ଗୋପାଳ ଗାଁ ଅଞ୍ଚଳରେ ବାବା ଚନ୍ଦ୍ର ଶେଖର ଦାସ ଓରଫ ସମାଧି ବାବା ତାଙ୍କ ଭକ୍ତ ତ୍ରୟ ନାଥ ବାଗଙ୍କ ଘରକୁ ବିଭିନ୍ନ ସମୟ ରେ ଆସୁଥିବା ବେଳେ ନିଜକୁ ଜଗନ୍ନାଥଙ୍କ ଅବତାର କହି ଲୋକଙ୍କୁ ଭ୍ରମିତ କରିଥାଆନ୍ତି । ଖାଲି ସେତିକି ନୁହଁ ବିଭିନ୍ନ ଲୋକଙ୍କୁ ଚନ୍ଦ୍ରଶେଖର ଦାସ ପ୍ରତ୍ୟେକ ମାସରେ ତ୍ରୟ ନାଥ ବାଗ ଙ୍କ ଘରକୁ ଆସି ନିଶାର୍ଦ୍ଧ ରାତିରେ ସମାଧି ପୂଜା କରିବା ସହିତ ତନ୍ତ୍ର ସାଧନା କରନ୍ତି । ଆଉ ତ୍ରୟନାଥ ବାଗ ବୁଢ଼ାବୁଢ଼ୀଙ୍କୁ ସମାଧୀ ବାବାଙ୍କ ଦ୍ଵାରା ଦୀକ୍ଷିତ କରାଇବା, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ଦେଇ ସମାଧି ବାବାଙ୍କୁ ଜଗନାଥଙ୍କ ଅବତାର ପୁରୁଷ କହି ବିଭିନ୍ନ ରୋଗର ନିରାକରଣ ପାଇଁ ହାତ ତିଆରି ଔଷଧ ଦେଇ ସମ୍ମୋହନ କାର୍ଯ୍ୟ କରନ୍ତି ବୋଲି ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ବାବା ଚନ୍ଦ୍ରଶେଖର ଓ ତ୍ରୟନାଥ ବାସ୍ତୁ ଦୋଷ ନିରାକରଣ ନିମନ୍ତେ ପୀଡ଼ିତାଙ୍କ ଠାରୁ ଜଗନ୍ନାଥ ମନ୍ଦିର ନିର୍ମାଣ ନାମରେ ସାଧାକାଗଜରେ ଦସ୍ତଖତ ଓ ଟିପ ନେଇ ନିଜ ନାମରେ ଜମିବାଡ଼ି କରେଇଛନ୍ତି ।ଏହା ସହ ବୃଦ୍ଧାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପାଖାପାଖି ୪ ଲକ୍ଷଟଙ୍କା ଉଠାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି ।

    ସବୁଠାରୁ ବଡ଼ କଥା ହେଲା ଏତେସବୁ ଘଟଣା ପରେ ବୃଦ୍ଧା ଜଣକ ନିଜ ଜ୍ବାଇଁ, ଝିଅ କିମ୍ବା ସାନ ପୁଅକୁ ଏବାବଦରେ କୌଣସି କଥା କହି ନଥିଲେ । କାରଣ ବାବା ଙ୍କ ନିର୍ଦ୍ଦେଶ ଥିଲା ଏକଥା କାହାକୁ କହିଲେ ସାନ ପୁଅର ମୃତ୍ୟୁ ସୁନିଶ୍ଚିତ । ନିରୀହ ବୃଦ୍ଧା ସ୍ୱାମୀ ଓ ବଡ଼ପୁଅକୁ ହରାଇଥିବା ବେଳେ ସାନ ପୁଅ ପାଇଁ ଅଧିକା ଚିନ୍ତାରେ ରହୁଥିଲେ । ସେଥିପାଇଁ ସେ କାହାକୁ ଜଣାଇ ନଥିଲେ । ଭବାନୀ ସେନ୍ ଙ୍କ ସୁଯୋଗ ନେଇ ବାବା ଓ ଚେଲା ଉଭୟ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ହଡ଼ପ କରିଥିଲେ । ବୃଦ୍ଧାଙ୍କ ସାନ ପୁଅ ଆର. ଆଇ. ଅଫିସକୁ ଯେତେବେଳେ ଖଜଣା ଦାଖଲ କରିବାକୁ ଯାଇଥିଲେ । ସେତେବେଳେ ଜମିର ପଟ୍ଟା ତାଙ୍କ ମାଆଙ୍କ ନାମରେ ନାହିଁ ବୋଲି ଜାଣି ପାରିଥିଲେ ।ଏହାପରେ ସେ ଜିଲା ସବ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆସି ଆବଶ୍ୟକ କାଗଜପତ୍ର ବାହାର କରିଥିଲେ । ତନାଘନା ବେଳେ ଜଣାପଡ଼ିଥିଲା ଯେ ସମାଧି ବାବା ଓ ତ୍ରୟ ନାଥ ବାଗ ଚଞ୍ଚକତା କରି ସମସ୍ତ ସମ୍ପତ୍ତିକୁ ସମାଧି ବାବା ଚନ୍ଦ୍ରଶେଖର ଦାସ ନାମରେ କରାଇ ଦେଇଛନ୍ତି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତ୍ରୟନାଥ ବାଗ୍‌ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    95 %
    3.2kmh
    100 %
    Mon
    24 °
    Tue
    26 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ