Sunday, September 13, 2026
23 C
Odisha

    ପ୍ରବଳ ବର୍ଷା, ସ୍କୁଲ ବନ୍ଦ

    ଆଗକୁ ପଢନ୍ତୁ

    ଚେନ୍ନାଇ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ‘ଫେଙ୍ଗଲ’ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ତାମିଲନାଡୁ ଓ ପୁଡୁଚେରୀର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ନାଗାପଟ୍ଟିନମ୍, ମାଇଲାଦୁଥୁରାଇ ଓ ତିରୁଭାରୁର ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ବର୍ଷାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ କହିଛନ୍ତି।
    ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ୫ଟା ୩୦ରେ କେନ୍ଦ୍ରୀଭୂତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

    ଅକ୍ଟୋବର ଶେଷ ଭାଗରେ ଓଡ଼ିଶା ଅତିକ୍ରମ କରିଥିବା ସାମୁଦ୍ରିକ ଝଡ଼ ‘ଦାନା’ ପରେ ମୌସୁମୀ ପରବର୍ତ୍ତୀ ଋତୁରେ ଏହା ହେଉଛି ଦ୍ୱିତୀୟ ବାତ୍ୟା ଯାହା ଭାରତୀୟ ଉପକୂଳକୁ ପ୍ରଭାବିତ କରିବାକୁ ଯାଉଛି। ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ତିରୁଚିରାପଲ୍ଲୀ, ନାଗାପଟ୍ଟିନମ୍, ମାଇଲାଦୁଥୁରାଇ, କୁଡ୍ଡାଲୋର, ଥାଞ୍ଜାଭୁର, ଭିଲ୍ଲୁପୁରମ୍ ଓ ତିରୁଭାରୁର ସମେତ ଅନେକ ଅଞ୍ଚଳରେ ସ୍କୁଲ ଓ କଲେଜ ବନ୍ଦ ରହିଛି। ପୁଡୁଚେରୀରେ ମଧ୍ୟ ଆଜି ସ୍କୁଲ ଓ କଲେଜ ବନ୍ଦ ରହିଛି। ଚେନ୍ନାଇ ଓ ଚେଙ୍ଗଲପଟ୍ଟୁରେ କେବଳ ସ୍କୁଲ ବନ୍ଦ ରହିଛି। ମତ୍ସ୍ୟଜୀବୀମାନଙ୍କୁ ନଭେମ୍ବର ୨୯ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ଏବଂ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି। ତାମିଲନାଡୁର କାବେରୀ ଡେଲ୍ଟା ଅଞ୍ଚଳରେ ରାତିସାରା ବର୍ଷା ଜାରି ରହିଥିବାରୁ ଧାନ ଫସଲ ପ୍ରଭାବିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ