Sunday, April 5, 2026
36.1 C
Odisha

    ପୁଣି ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ରହିବ: ଉଚ୍ଚଶିକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ରେ ପୁଣି ସଂଶୋଧନ ହେବ ବୋଲି ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକଥା କହିଛନ୍ତି।
    ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ବିଶ୍ୱବିଦ୍ୟାଳୟ ନିୟମରେ ପୁରୁଣା ଢାଞ୍ଚାକୁ ଆପଣାଯିବ। ପୁଣି ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ରହିବ। ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ରତା ବଜାୟ ରହିବ। ସବୁଠାରୁ ବଡ଼ କଥା ହେଲା ଯେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଯୁକ୍ତି କ୍ଷମତା ଦିଆଯିବ। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.1 ° C
    36.1 °
    36.1 °
    24 %
    2.5kmh
    40 %
    Sun
    35 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ