Tuesday, April 7, 2026
31.9 C
Odisha

    ଆସନ୍ତାକାଲି ଠାରୁ ହକି ଇଣ୍ଡିଆ ଲିଗ୍‌

    ଆଗକୁ ପଢନ୍ତୁ

    ରାଉରକେଲା: ରାତି ପାହିଲେ ହିରୋ ହକି ଇଣ୍ଡିଆ ଲିଗ୍‌ର ବହୁ ପ୍ରତିକ୍ଷୀତ ଐତିହାସିକ ପ୍ରତ୍ୟାବର୍ତ୍ତନ ଘଟିବ। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହେବ ଏହି ଲିଗ୍‌। ଟିମ୍‌ ଗୋନାସିକ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ସାତ ବର୍ଷର ବ୍ୟବଧାନପରେ ଫେରୁଥିବା ଏହି ଲିଗ୍‌, ପୂର୍ବାପେକ୍ଷା ଅଧିକ ଦମ୍‌ଦାର ଓ ଆକର୍ଷଣୀୟ ହେବ। ଏନେଇ ଆୟୋଜକ ହକି ଇଣ୍ଡିଆ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇସାରିଛି। ହକିର ଅନ୍ତୁଡ଼ିଶାଳଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ଏହି ହକି ମହାକୁମ୍ଭ ଆୟୋଜିତ ହେଉଥିବାରୁ, ଏହାକୁ ନେଇ ହକିପ୍ରେମୀ ମହଲରେ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏଥର କେବଳ ପୁରୁଷ ନୁହେଁ, ବରଂ ପ୍ରଥମଥର ପାଇଁ ମହିଳା ଲିଗ୍‌ ମଧ୍ୟ ଆୟୋଜନ କରାଯାଉଛି। ପୁରୁଷ ଲିଗ୍‌ ରାଉରକେଲାରେ ଖେଳାଯିବାକୁ ଥିବାବେଳେ ରାଞ୍ଚିରେ ମହିଳା ଲିଗ୍‌ ଖେଳାଯିବ। ପୁରୁଷ ଲିଗ୍‌ରେ ୮ଟି ଓ ମହିଳାରେ ୪ଟି ଦଳ ନିଜର କଳାକୌଶଳ ପ୍ରଦର୍ଶନ କରିବେ। ପୁରୁଷ ଲିଗ୍‌ ମୋଟ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଡିସେମ୍ବର ୨୮ ତାରିଖରୁ ଜାନୁଆରି ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ପ୍ରଥମ ପର୍ଯ୍ୟାୟରେ ସମସ୍ତ ୮ଟି ଦଳ ପରସ୍ପର ମଧ୍ୟରେ ଖେଳିବେ। ଜାନୁଆରି ୧୯ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟରେ ଦଳଗୁଡିକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଛି।
    ପୁଲ୍‌ ଏ’ରେ ଦିଲ୍ଲୀ ଏସ୍‌ଜି ପାଇପ୍‌ର୍ସ୍‌, ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ‌୍, ସୂରମା ହକି କ୍ଲବ ଓ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ‌୍ ଏବଂ ପୁଲ୍‌ ବି’ରେ ଟିମ୍‌ ଗୋନାସିକା, ହାଇଦ୍ରାବାଦ ତୁଫାନ୍ସ, ତାମିଲନାଡୁ ଡ୍ରାଗନ୍ସ ଓ ୟୁପି ରୁଦ୍ରସ୍‌ ସ୍ଥାନିତ ହୋଇଛନ୍ତି। ପୁଲ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ତିନି ଦଳ ସହ ମୁହାଁମୁହିଁ ହେବେ। ଉଭୟ ପୁଲ୍‌ର ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଜାନୁଆରି ୩୧ରେ ଉଭୟ ସେମିଫାଇନାଲ ଓ ଫେବ୍ରୁଆରି ୧ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ