Sunday, October 19, 2025
22.4 C
Odisha

    ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଭାରତୀୟ ଗୋଲକିପର ପିଏଆର୍ ଶ୍ରୀଜେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଅନ୍ତର୍ଜାତୀୟ ଗସ୍ତ ହେବ। ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ୮ମ ସ୍ଥାନରେ ରହିଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ୨୬ ଜୁଲାଇରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବ। ଶ୍ରୀଜେଶ ଭାରତ ପକ୍ଷରୁ ୩୨୮ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୧୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି । ୨୦୧୪ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଟିମ, ୨୦୧୮ ଏସିଆଡ ଗେମ୍ସ ବ୍ରୋଞ୍ଜ ପଦକ, ୨୦୧୮ ଏସୀୟ ଚାମ୍ପିୟନଶିପ ବିଜେତା ଓ ୨୦୨୩ ଏସୀୟ ଚାମ୍ପିୟନ ଟ୍ରଫିରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ୨୦୨୨ ଏସିଆନ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ଜିତାଇବାରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୧ରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୨୧ରେ ସେ ସର୍ବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.4 ° C
    22.4 °
    22.4 °
    95 %
    1.5kmh
    100 %
    Sun
    22 °
    Mon
    28 °
    Tue
    29 °
    Wed
    30 °
    Thu
    29 °

    ସମ୍ବନ୍ଧିତ