Saturday, July 27, 2024
24.6 C
Odisha

    ଆଜିର ଦିନ କାହା ପାଇଁ ଅନୁକୂଳ; ପଢନ୍ତୁ ରାଶିଫଳ

    ଆଗକୁ ପଢନ୍ତୁ

    ମେଷ : ଆଜି ଆପଣ ବ୍ୟସ୍ତ ରହିବେ। ବ୍ୟବସାୟରେ ଉତ୍‌ଥାନ-ପତ୍ତନ ଲାଗି ରହିବ। କୌଣସି ବଡ଼ ରିସ୍କ ଉଠାଇବାଠୁ ଦୂରରେ ରୁହନ୍ତୁ। ଦାନ, ଧର୍ମ କାର୍ଯ୍ୟ କରନ୍ତୁ।

    ବୃଷ : ବହୁତ ବୁଝିଶୁଝି ଆଗକୁ ବଢ଼ନ୍ତୁ। ମନରେ କୌଣସି ନକାରାତ୍ମକ ବିଚାର ଆଣନ୍ତୁ ନାହିଁ। କୌଣସି ଭୁଲ୍‌ କାମକୁ ପ୍ରଶୟ ଦିଅନ୍ତୁ ନାହିଁ। ଆଜି ଆପଣ ଅଧିକ ପରିଶ୍ରମ କରିବେ।

    ମିଥୁନ : ଆଜିର ଦିନରେ ଆପଣ ଉନ୍ନତି କରିବେ। କ୍ୟାରିୟରରେ ଆଗକୁ ବଢ଼ିବେ। କାର୍ଯ୍ୟକ୍ଷେତ୍ରରେ ନିଜ କାମକୁ ଅନ୍ୟ ଉପରେ ଲଦି ଦିଅନ୍ତୁ ନାହିଁ। ବିଦ୍ୟାର୍ଥୀମାନେ ଚିନ୍ତିିତ ରହିବେ।

    କର୍କଟ : ଉତ୍ତମ ସମ୍ପତ୍ତି ପ୍ରାପ୍ତ ହୋଇପାରେ। କୌଣସି ନୂଆ ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ। ବିଭିନ୍ନ କାମକୁ ନେଇ ବ୍ୟସ୍ତତା ଲାଗିରହିବ, ଯେଉଁ କାରଣରୁ ଥକ୍କା ଲାଗିବ।

    ସିଂହ : କାର୍ଯ୍ୟକ୍ଷେତ୍ରରେ କୌଣସି ଡିଲ୍‌ ଫାଇନାଲ କଲେ, ପୂରା ଲେଖାପଢ଼ା ସହିତ କରନ୍ତୁ, ନଚେତ୍‌ ଧୋକା ମିଳିପାରେ। ମା’ଙ୍କୁ କୌଣସି ଧାର୍ମିକ ଯାତ୍ରାରେ ନେଇ ଯାଇପାରନ୍ତି।

    କନ୍ୟା : ଭୌତିକ ସୁଖ, ସୁବିଧା ପ୍ରାପ୍ତ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଧନ ଲାଭର ସୁଯୋଗ ରହିଛି। ଆଜି କୌଣସି ନୂଆ ଯାନବାହନ କିଣାକିଣି କରିପାରନ୍ତି।

    ତୁଳା : ଆଜିର ଦିନ ମିଶ୍ରିତ ରୂପେ ଫଳଦାୟକ ରହିବ। ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କର ବିବାହରେ ଆସୁଥିବା ବାଧା ଦୂର ହେବ।

    ବିଛା : କୌଣସି କଥାକୁ ନେଇ କ୍ରୋଧ କରନ୍ତୁ ନାହିଁ। ନଚେତ୍‌ ଆପଣଙ୍କ ଆଚରଣ ଲୋକଙ୍କୁ ଭଲ ଲାଗିବ ନାହିଁ। ପ୍ରେମିକ କିମ୍ବା ପ୍ରେମିକା କୌଣସି ସରପ୍ରାଇଜ୍‌ ପାର୍ଟି ଆୟୋଜନ କରିବେ।

    ଧନୁ : ଗୃହସ୍ଥ ଜୀବନ ଜିଉଁଥିବା ଲୋକେ ଖୁସିରେ ରହିବେ। କାର୍ଯ୍ୟକ୍ଷେତ୍ରରେ ପ୍ରମୋଶନ ମିଳିବା ଦ୍ୱାରା ଖୁସିର ଠିକଣା ରହିବ ନାହିଁ। ଉଧାର ଧନ ଫେରିପାଇବେ।

    ମକର : ନିଜର ଶକ୍ତିକୁ ଠିକ୍‌ କାମରେ ବିନିଯୋଗ କରନ୍ତୁ। ଶାଶୁଘର ପକ୍ଷରୁ ଧନଲାଭ ମିଳିବାର ଯୋଗ ରହିଛି। କିନ୍ତୁ କୌଣସି ଭୁଲ୍‌ ଯୋଜନାରେ ଟଙ୍କା ନିବେଶ କରନ୍ତୁ ନାହିଁ।

    କୁମ୍ଭ : ଆଜିର ଦିନ ଆପଣ ମିଶ୍ରିତ ଫଳ ପାଇବେ। କୌଣସି ପରିଜନଠାରୁ ଧନ ଉଧାର ନିଅନ୍ତୁ ନାହିଁ। ନଚେତ୍‌ ସମ୍ପର୍କ ଖରାପ ହୋଇପାରେ। ନୂଆ ସମ୍ପତ୍ତି କିଣିବାକୁ ଇଚ୍ଛା ପ୍ରକାଶ କରିବେ।

    ମୀନ : ଦିନର ପ୍ରାରମ୍ଭ ଭଲ ରହିବ। ସାଙ୍ଗମାନଙ୍କ ସହିତ କୌଣସି ପୁରୁଣା ସ୍ମୃତି ତାଜା କରିବେ, ଯଦ୍ଦ୍ଵାରା ଆପଣଙ୍କୁ ଖୁସି ମିଳିବ। ସନ୍ତାନ କୌଣସି ନୂଆ ଚାକିରି ପାଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ