Saturday, January 17, 2026
27 C
Odisha

    ସ୍ତ୍ରୀଙ୍କୁ ଛୁରି ଭୁସି ସ୍ୱାମୀଙ୍କର ଆତ୍ମହତ୍ୟା

    ଆଗକୁ ପଢନ୍ତୁ

    ବରଗଡ଼: ବରଗଡ଼ ଜିଲ୍ଲା ଭଟଲୀ ଥାନା କୁସନପୁରୀ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ସ୍ତ୍ରୀଙ୍କୁ ଛୁରିରେ ଭୁସି ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଛନ୍ତି। କୁସନପୁରୀ ଗାଁ ବିଜୟା ଛକରେ ଘଟିଛି ଏପରି ଅଭାବନୀୟ ଘଟଣା। ମୃତକ ହେଲେ କିଶୋର ଭୁଏ ଓ ସ୍ତ୍ରୀ ସୁନିତା ଭୁଏ। ଭଟଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେଣେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ତଦନ୍ତ ଆରମ୍ଭ କରିଛି।
    ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଭୟେ ପ୍ରାୟ ୧୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଥିବା ମଧ୍ୟ ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    17 %
    2.9kmh
    2 %
    Sat
    29 °
    Sun
    30 °
    Mon
    31 °
    Tue
    32 °
    Wed
    31 °

    ସମ୍ବନ୍ଧିତ