Monday, October 5, 2026
24.7 C
Odisha

    ୧୦ ଦିନ ଭିତରେ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ଆଜି ବଲାଙ୍ଗୀରର ବେଲପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଉ ୧୦ ଦିନ ଭିତରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଏହାର ୧୫ ଦିନ ପରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ଦାଦନ ସମସ୍ୟାର ମୂଳୋତ୍ପାଟନ ଲାଗି ଯୋଜନା କରିଛନ୍ତି। ଆଜିଠାରୁ ଆରମ୍ଭ ହେଲା ବଲାଙ୍ଗୀରର ବିକାଶ ଧାରା।
    ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ମୋହନ ଚରଣ ମାଝୀଙ୍କର ବଲାଙ୍ଗୀର ସହିତ ପାଟଣାଗଡ଼ ଉପଖଣ୍ଡରେ ମଧ୍ୟ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ବେଲପଡ଼ା ଲାନ୍ଥ ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ଏହା ପରେ ସଡ଼କ ପଥରେ ପାଟଣାଗଡ଼ ଆସି ପାଟଣାଗଡ଼ରେ ନବ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ ଓ ଡାଇଲିସିସ ସେଣ୍ଟର ଉଦ୍ଘାଟନ କରିବେ ଏବଂ ପାଟଣାଗଡ଼ବାସୀଙ୍କ ବହୁ ପ୍ରତୀକ୍ଷିତ ବାଇପାସ ରୋଡର ଭୂମି ପୂଜନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ