Saturday, September 12, 2026
24.8 C
Odisha

    ପତ୍ନୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ: ୪ ଦିନ ପରେ ଶବ ବାହାର କଲା ପୁଲିସ

    ଆଗକୁ ପଢନ୍ତୁ

    ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ର କରି ନୃଶଂସ କାଣ୍ଡ ଭିଆଇଛନ୍ତି ସ୍ୱାମୀ। ପତ୍ନୀ ତଣ୍ଟି ଚିପି ହତ୍ୟା କରିବା ପରେ ପଡ଼ୋଶୀଙ୍କ ସହାୟତାରେ ପୋତି ଦେଇଥିଲେ। ମୃତ ମହିଳା ଭାଇଙ୍କ ଲିଖିତ ଏତଲା ପରେ ଘଟଣା ସାମ୍ନାକୁ ଆସିଛି। ଚାରି ଦିନ ପରେ ପୁଲିସ ଶବ ଖୋଳି ବାହାର କରିଛି। ହତ୍ୟାକାରୀ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟଙ୍କୁ ବ୍ରାହ୍ମଣୀତରଙ୍ଗ ପୁଲିସ ଅଟକ ରଖିଛି।
    ମିଳିଥିବା ସୂଚନା ମୁତାବକ, ବେଦବ୍ୟାସ ନଦୀଟୋଲାର ଫୁଲମଣୀ କେରକେଟା ଗତ ୫ ବର୍ଷ ତଳେ ଲାଠିକଟା ମୂଷାପାଲିର ଅଶୋକ କେରକେଟାଙ୍କୁ ବିବାହ କରିଥିଲେ। ଅଶୋକ ଦିନ ମଜୁରିଆ ଭାବେ କାମ କରନ୍ତି। ପ୍ରାୟ ଅଧିକାଂଶ ସମୟରେ ଘରର ବିଭିନ୍ନ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ। ଗତ ୧୧ ତାରିଖ ଦିନ କଳହ ଉଗ୍ରରୂପ ନେଇଥିଲା। ଅଶୋକ ପତ୍ନୀ ଫୁଲମଣୀକୁ ତଣ୍ଟି ଚିପି ହତ୍ୟା କରିଥିଲା। ଧରାପଡ଼ିଯିବା ଭୟରେ କାହାକୁ କିଛି ନ କହି ବାଡ଼ିରେ ମାଟି ଖୋଳି ପୋତି ଦେଇଥିଲା। ମହିଳାଙ୍କ ଭାଇ ସୁଶୀଲ ଭଉଣୀଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଉଣୀକୁ ମାରି ଦିଆଯାଇଛି ବୋଲି କହିଥିଲେ ବି ତାଙ୍କ କଥା କେହି ଶୁଣି ନ ଥିଲେ। ଓଲଟା ଅଶୋଳଙ୍କ ପରିବାର ଲୋକ ସୁଶୀଲକୁ କାହାକୁ ନ କହିବାକୁ ଧମକ ଦେଇଥିଲେ। ତିନି ଦିନ ଚୁପ ରହିବା ପରେ ସୁଶୀଲ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଏତଲା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    93 %
    3.3kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ