Wednesday, February 5, 2025
34.5 C
Odisha

    ନିରାକାରପୁରର ଆରଆଇଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା ନିରାକାରପୁରର ଆରଆଇ ପ୍ରଶାନ୍ତ ଷଡଙ୍ଗୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ । ବଡ଼ପୋଖରିଆ ନିଟକରେ ଟ୍ରକ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରେ ଚାଲିଥିବା ନିର୍ବାଚନ ପ୍ରଶିକ୍ଷଣ କାମ ଶେଷ କରି ରାତି ପାଖାପାଖି ୧୦ଟାରେ ବାଇକରେ ନାଚୁଣୀରେ ଥିବା ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବଡ଼ପୋଖରିଆ ନିକଟରେ ତାଙ୍କ ବାଇକକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତି କରାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯିବ । ନିକଟରେ ବିଭାଗୀୟ ପରୀକ୍ଷାରେ ଉତୀର୍ଣ ହୋଇ ସେ ଅତିରିକ୍ତ ତହସିଲଦାର ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ନାଚୁଣୀ ଅଂଚଳରେ ଜଣେ ଭଲ ମଂଚ ଅଭିନେତା ସହ ନାଟ୍ୟ ନିର୍ଦ୍ଦେଶକ ଭାବେ ମଧ୍ୟ ପ୍ରଶାନ୍ତ ଷଡଙ୍ଗୀ ବେଶ୍ ପରିଚିତ ଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ