Monday, October 19, 2026
23.2 C
Odisha

    ବଢ଼ିଲା ଆଇଏଏସ ପୂଜା ଖେଡକରଙ୍କ ଅଡ଼ୁଆ, ୟୁପିଏସସି ରୁଜୁ କଲା ମାମଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ୟୁପିଏସସି ଏକ ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ପୂଜା ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ନିଜର ନାଁ, ବାପାଙ୍କ ନାଁ, ମା’ଙ୍କ ନାଁ, ତାଙ୍କ ଫଟୋ, ଦସ୍ତଖତ, ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ ଠିକଣାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି। ୟପିଏସ୍‌ସି ଏଫଆଇଆର ରୁଜୁ କରିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କ ପ୍ରାର୍ଥିତ୍ୱକୁ କାହିଁକି ବାତିଲ କରା ନ ଯିବ ବୋଲି ନୋଟିସରେ ଉତ୍ତର ଦେବାକୁ କୁହାଯାଇଛି। ୩୪ ବର୍ଷୀୟ ପୂଜା ପୁଣେରେ ଟ୍ରେନି ଆଇଏଏସ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ସେ ନିଜ ପାଇଁ ସ୍ୱତନ୍ତ୍ର ଚ୍ୟାମ୍ବର, କାର ମାଗିଥିଲେ। ଏହାବାଦ ସେ ଅନାଧିକୃତ ଭାବେ ନିଜସ୍ୱ ଅଡି କାର୍‌ରେ ମହାରାଷ୍ଟ୍ର ସରକାରଙ୍କ ଲୋଗୋ ସହ ନାଲି ବତୀ ଲଗାଇଥିଲେ। ନିଜ କ୍ଷମତାର ଅପବ୍ୟବହାର କରିଥିବାରୁ ପୂଜାଙ୍କୁ ୱାସିମକୁ ବଦଳି କରାଯାଇଥିଲା। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ଶେଷ ହେବା ପରେ ସେ ପୁଣି ଟ୍ରେନିଂ ଆରମ୍ଭ କରିବେ ବୋଲି ସରକାର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ