Saturday, April 11, 2026
24 C
Odisha

    ମହିଳାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା : ଝାଡ଼ଖଣ୍ଡ ପାଇଁ ଇଣ୍ଡିଆ ମେଣ୍ଟର ଇସ୍ତାହାର

    ଆଗକୁ ପଢନ୍ତୁ

    ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡିଆ ମେଣ୍ଟ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ମେଣ୍ଟର ଏହି ଇସ୍ତାହାରରେ ମହିଳାମାନଙ୍କୁ ମାସିକ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହା ସହ ରାଜ୍ୟରେ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କାରେ ଦିଆଯିବ ତଥା ସରନା ଧର୍ମ (ଏକ ପ୍ରକାରର ଆଦିବାସୀ ଧର୍ମ) ଧର୍ମ ସଂହିତା ପ୍ରଣୟନ କରାଯିବ ବୋଲି କୁହାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଏହି ଇସ୍ତାହାର ଘୋଷଣା କରିଛନ୍ତି।
    ମେଣ୍ଟ ପକ୍ଷରୁ ୭ଟି ପ୍ରମୁଖ ଘୋଷଣା କରାଯାଇଛି । ସେଗୁଡ଼ିକ ହେଉଛି ବ୍ୟକ୍ତି ପିଛା ମାସକୁ ୭ କେଜି ରାସନ, ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର, ଏସଟିଙ୍କୁ ୨୮%, ଏସସିଙ୍କୁ ୧୨%, ଓବିସିଙ୍କୁ ୨୭% ସଂରକ୍ଷଣ, ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା, ସରନା ଧର୍ମ ସଂହିତା, ୧୦ ଲକ୍ଷ ସରକାରୀ ଚାକିରି, ୧୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଧାନର ଏମଏସପି କ୍ୱିଣ୍ଟାଲ୍ ପ୍ରତି ୩୨୦୦ ଟଙ୍କା, ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଇଞ୍ଜିନିୟରିଂ କଲେଜ, ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ।

    ଝାଡ଼ଖଣ୍ଡରେ କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମେଣ୍ଟ ସହ ନିର୍ବାଚନ ଲଢୁଛି। ମୋଟ ୮୧ଟି ବିଧାନସଭା ଆସନରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ୪୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସ ୩୦ଟିଆସନରେ ପ୍ରାର୍ଥୀ ଦେଇଛି। ସେହିପରି ଆରଜେଡି ୭ଟି ଆସନରେ ପ୍ରାର୍ଥୀ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ