Friday, September 20, 2024
24.1 C
Odisha

    କିଛି ନୂଆ କରି ଦେଖାଇବାକୁ ଦିନ ରାତି ଏକ କରି ଲାଗି ପଡିଛନ୍ତି ଛାତ୍ରଛାତ୍ରୀ । ବିଭିନ୍ନ ବର୍ଜ୍ୟବସ୍ତୁର ସୁପରିଚାଳନା କରି ଚର୍ଚ୍ଚାରେ ଥିବା ଅନୁଷ୍ଠାନ ଏବେ ଏକ ନୂଆପନ୍ଥା ବାହାର କରିଛନ୍ତି

    ଆଗକୁ ପଢନ୍ତୁ

    କିଛି ନୂଆ କରି ଦେଖାଇ ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରିବା । ଅଧ୍ୟକ୍ଷଙ୍କ ଏଭଳି ବାଣୀରେ ଉତ୍ସାହିତ ହୋଇ ଦିନ ରାତି ଏକ କରି ଲାଗି ପଡିଥାନ୍ତି ଅନୁଷ୍ଠାନର ଛାତ୍ରଛତ୍ରୀ । ବିଭିନ୍ନ ବର୍ଜ୍ୟବସ୍ତୁ ର ସୁପରିଚାଳନା କରି ଚର୍ଚ୍ଚାରେ ଥିବା ଅନୁଷ୍ଠାନ , ନଷ୍ଟରୁ ଶ୍ରେଷ୍ଠ ଓ ନଷ୍ଟରୁ ଅର୍ଥ ପ୍ରଣାଳୀକୁ ବିଶ୍ୱ ଦରବାରରେ ପହଁଚାଇବା ପରେ ଏବେ ପାଠ ପଢିବା ସମୟରେ ରୋଜଗାର କରିବା ଭଳି ନୂଆ ପଦ୍ଧତିକୁ ଆପଣାଇଛି ଅନୁଷ୍ଠାନ । ପୁର୍ୱରୁ ସରକାରଙ୍କୁ ଲାଭବାନ କରୁଥିବା ଯୋଜନା ଏବେ କେବଳ ବିଦ୍ୟାର୍ଥୀଙ୍କ ଦକ୍ଷତାର ବିକାଶ ସହ ଆତ୍ମ ନିର୍ଭରଶୀଳ କରିପାରିବ । ଆମେ କହୁଛୁ ବ୍ରହ୍ମପୁର ସରକାରୀ ଆଇଟିଆଇ କଥା । ପାଠ ପଢିବା ସମୟରେ ଅର୍ଥ ଉପାର୍ଜନ କରିହେବ । ଏପରିକି ନିଜ ନିଜର ସର୍ବନିମ୍ନ ଆବଶ୍ୟକତା ମଧ୍ୟ ପୂରଣ କରିହେବ । ଯାହାର ନାଁ ରହିଛି ‘ଆର୍ଣ୍ଣ ହ୍ବେନ ଲର୍ଣ୍ଣ’ । ପାଠ ପଢା ସମୟରେ ଛାତ୍ରଛାତ୍ରୀ ମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବ ଏହି ସବୁର ପନ୍ଥା ବାହାର କରିଛନ୍ତି ବ୍ରହ୍ମପୁର ସରକାରୀ ଶିଲ୍ପ ତାଲିମ ଅନୁଷ୍ଠାନ । ଅଦରକାରୀ ବୋତଲ ସଂଗ୍ରହ କରି ସେଥିରେ ଅତି ସୁନ୍ଦର ଭାବେ ଘରସଜ୍ଜା କଳାକୃତି ତିଆରି ପ୍ରଶିକ୍ଷଣ ଦିଆଯାଉଛି । ଦିନରେ ପଢା ସରିବା ପରେ ସଂଧ୍ୟା ୫ଟାରୁ ରାତି ୮ଟା ଯାଏଁ ଏହି ତିଆରି ସାମଗ୍ରୀ ବିକ୍ରି ପାଇଁ ଅନୁଷ୍ଠାନ ମୁଖ୍ୟଫାଟକ ନିକଟରେ ଖୋଲାଯାଇଛି ଏକ ଅସ୍ଥାୟୀ ଷ୍ଟଲ । ବଜାର ଦର ଠାରୁ ବହୁତ କମ୍ ମୂଲ୍ୟରେ ୮ରୁ ୧୦ ଟି ଲ୍ୟାମ୍ପ ବିକ୍ରି ହୋଇପାରୁଛି । ସାମଗ୍ରୀର ବିକ୍ରି ଅର୍ଥ କେବଳ ଛାତ୍ରଛତ୍ରୀଙ୍କ ଖାତାକୁ ଦିଆଯାଉଛି । ଅଦରକାରୀ ବୋତଲରୁ ନେଇ ପ୍ଲାଷ୍ଟିକ ଫୁଲ ଓ ଏଲଇଡି ଲାଇଟ୍ରେ ପ୍ରସ୍ତୁତ ବ୍ୟାଟେରୀ ଚାଳିତ ବେଡ୍ ଲ୍ୟାମ୍ପ ଭଲ ବ୍ୟବସାୟ ହୋଇପାରିଛି । ପୁର୍ବରୁ ବର୍ଜ୍ୟବସ୍ତୁରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଲେ ସରକାରଙ୍କ ଖାତାକୁ ଯାଉଥିଲା ଅର୍ଥ । ହେଲେ ଏବେ ସିଧାସଳଖ କେବଳ ବିଦ୍ୟାର୍ଥୀଙ୍କ ଖାତାକୁ ଯିବ । କେବଳ ଅନୁଷ୍ଠାନ ଗୁଡିକ ପାଇଁ ନୁହେଁ ବରଂ ଏଭଳି ପ୍ରୟାସ କରାଯାଇଥିବାରୁ ସମସ୍ତେ ଏହାକୁ ଅବଲମ୍ବନ କରିବେ ବୋଲି ଆଶା ରଖିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ । ନଷ୍ଟ ଓ ଅଦରକାରୀ ଜିନିଷରୁ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି ପିଲାମାନେ । ଯାହାକି ଆଗକୁ ଛାତ୍ରଛାତ୍ରୀଙ୍କୁ ଆତ୍ମ ନିର୍ଭରଶୀଳ କରିବାରେ ସହାୟକ ହୋଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ