Monday, March 3, 2025
35.9 C
Odisha

    ଭାରତର କୂଟନୀତିକ ବିଜୟ: ମୃତ୍ୟୁଦଣ୍ଡରୁ ବର୍ତ୍ତିଲେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ଆସିଛ। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ମାମଲାରେ କତରର ସର୍ବୋଚ୍ଚ ଅଦାଲତରେ ଅପିଲ କରାଯାଇଥିଲା । ଶୁଣାଣି ସମୟରେ କୋର୍ଟ ଦଣ୍ଡାଦେଶକୁ କୋହଳ କରିଥିଲେ। ଏହି ମାମଲାରେ ଆଇନଗତ ଲଢେଇ ଜାରି ରହିଛି । ଭାରତ ସରକାର ୮ ନୌସୈନିକଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଅଛନ୍ତି ।ଭାରତ ସରକାର ମୂଳରୁ ହିଁ ସେମାନଙ୍କ ପଛରେ ଛିଡ଼ା ହୋଇଛନ୍ତି । କାତାରର କୋର୍ଟ ଅଫ ଅପିଲରେ ଏହି ମାମଲାର ଶୁଣାଣି ବେଳେ କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ଥିଲେ ।କତାର ଇଣ୍ଟେଲିଜେନ୍ସି ଏଜେନ୍ସି ଷ୍ଟେଟ୍ ସିକ୍ୟୁରିଟି ବ୍ୟୁରୋ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ୨୦୨୨ ଅଗଷ୍ଟ ୩୦ରେ ଗିରଫ କରିଥିଲା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.9 ° C
    35.9 °
    35.9 °
    16 %
    4.1kmh
    31 %
    Mon
    35 °
    Tue
    36 °
    Wed
    37 °
    Thu
    35 °
    Fri
    37 °

    ସମ୍ବନ୍ଧିତ