Friday, September 11, 2026
27.3 C
Odisha

    ଭାରତ ବିଶ୍ବାସୀ ବନ୍ଧୁ, ଆମକୁ ଆଶ୍ରୟ ଦେଇଥିଲା: ବାଂଲାଦେଶରେ ଭୋଟ୍‌ ଚାଲିଥିବା ବେଳେ କହିଲେ ଶେଖ୍‌ ହସିନା

    ଆଗକୁ ପଢନ୍ତୁ

    ଢାକା: ଆଜି ବାଂଲାଦେଶ ଭୋଟ୍‌ରେ ଅପ୍ରତିଦ୍ବନ୍ଦ୍ବୀ ହୋଇ କ୍ଷମତାସୀନ ହେବାକୁ ଯାଉଥିବା ୭୬ ବର୍ଷୀୟ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତକୁ ବିଶ୍ବାସୀ ବନ୍ଧୁ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୧୯୭୧ ମୁକ୍ତି ଯୁଦ୍ଧ ବେଳେ ଭାରତ ହିଁ ବାଂଲାଦେଶବାସୀଙ୍କୁ ଆଶ୍ରୟ ଦେଇଥିଲା। ଦେଶରେ ନିର୍ବାଚନ ବେଳେ ଭାରତ ସମ୍ପର୍କରେ କିଛି କହିବେ କି, ବୋଲି ସାମ୍ବାଦିକମାନେ ପଚାରିବାରୁ ହସିନା କହିଲେ, ଭାରତ ଭଳି ବିଶ୍ବାସୀ ବନ୍ଧୁ ପାଇ ଆମେ ଖୁବ୍‌ ଭାଗ୍ୟବାନ୍‌। ଆମ ମୁକ୍ତି ଯୁଦ୍ଧ ବେଳେ ସେମାନେ ଆମକୁ ସମର୍ଥନ କରିଥିଲେ। ୧୯୭୫ ପରେ ଆମେ ଆମର ପୂରା ପରିବାରକୁ ହରାଇଥିବା ବେଳେ ସେମାନେ ଆମକୁ ଆଶ୍ରୟ ଦେଇଥିଲେ। ଭାରତବାସୀଙ୍କ ପ୍ରତି ଆମର ଆନ୍ତରିକ ଶୁଭେଚ୍ଛା।

    ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଅତି ନିବିଡ଼। ସମ୍ପ୍ରତି ଏହି ସମ୍ପର୍କ ନିବିଡ଼ତର ହୋଇଛି। ହସିନା ଓ ପ୍ରଧାନମନ୍ତ୍ରୀ ମୋଦୀ ଦ୍ବିପାକ୍ଷିକ ସମ୍ପର୍କ ବିଷୟରେ ନିୟମିତ ବ୍ୟକ୍ତିଗତ ଭାବେ ଭାବ ବିନିମୟ କରୁଥିବାରୁ ଯୋଗାଯୋଗ ପ୍ରକଳ୍ପ, ବାଣିଜ୍ୟ ଉଦାରିକରଣ ତଥା ସୀମାନ୍ତ ପରିଚାଳନା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଛି। ଚଳିତ ନିର୍ବାଚନରେ ବାଂଲାଦେଶର ଶାସକ ଦଳ ‘ଆୱାମି ଲିଗ୍‌’ର ନେତ୍ରୀ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। କିନ୍ତୁ, ଏହି ନିର୍ବାଚନକୁ ମିଶାଇ ତାଙ୍କ ଦଳ ୫ମ ଥର ବିଜୟ ଲାଭ କରିବାକୁ ଯାଉଛି। ସୂଚନାଯୋଗ୍ୟ, ଏଥର ନିର୍ବାଚନକୁ ଦେଶର ମୁଖ୍ୟ ବ‌ିରୋଧୀ ଦଳ ‘ବାଂଲାଦେଶ ନ୍ୟାସ୍‌ନାଲିଷ୍ଟ୍‌ ପାର୍ଟି’ ବର୍ଜନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ