Monday, October 5, 2026
24.7 C
Odisha

    ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସନ୍ତା ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ନିଜର ଦାବି ଉପସ୍ଥାପନ କରିଛି । ଅକ୍ଟୋବର ୧, ୨୦୨୪ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଆନୁଷ୍ଠାନିକ ଭାବେ ଉଦ୍ଦେଶ୍ୟପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ତେବେ ଏହି ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଏକମାତ୍ର ଦାବିଦାର ନୁହେଁ, ତୁର୍କୀ, ଇଣ୍ଡୋନେସିଆ, ଚିଲି ପ୍ରଭୃତି ଦେଶ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି । ୨୦୨୪ ଅଲିମ୍ପିକ୍ସ ପ୍ୟାରିସରେ ଖେଳାଯାଇଥିଲା। ଏହାପରେ ପରବର୍ତ୍ତୀ ଅର୍ଥାତ୍ ୨୦୨୮ ଅଲିମ୍ପିକ୍ସ ଆମେରିକାର ଲସ୍ ଆଞ୍ଜେଲସରେ ଖେଳାଯିବ। ୨୦୩୨ ଅଲିମ୍ପିକ୍ କ୍ରୀଡ଼ା ଅଷ୍ଟ୍ରେଲିଆର ବ୍ରିସବେନରେ ଅନୁଷ୍ଠିତ ହେବ। କିନ୍ତୁ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା କେଉଁଠି ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
    ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଲିମ୍ପିକ୍ସ ୨୦୩୬ ପାଇଁ ଭାରତ ବିଡ୍ ଦାଖଲ କରିଛି। ଅକ୍ଟୋବର ୧, ୨୦୨୪ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଆନୁଷ୍ଠାନିକ ଭାବେ ଉଦ୍ଦେଶ୍ୟପତ୍ର ପ୍ରଦାନ କରିଥିବାରୁ ଭାରତର ଅଲିମ୍ପିକ୍ସ ଆୟୋଜନ ସମ୍ଭାବନା ବୃଦ୍ଧି ପାଇଛି। ଭାରତର ଅହମଦାବାଦରେ ଏହାର ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଛି ।
    ଗତବର୍ଷ ଅର୍ଥାତ୍ ଅକ୍ଟୋବର ୨୦୨୩ରେ ଭାରତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ୧୪୧ତମ ଅଧିବେଶନ ଆୟୋଜନ କରିଥିଲା। ତିନି ଦିନିଆ ଏହି ଅଧିବେଶନ ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ