Sunday, March 22, 2026
28.1 C
Odisha

    ୨୦୨୭ ସୁଦ୍ଧା ଭାରତ ହେବ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ନାମରେ ଆଉ ଏକ ବଡ଼ ସଫଳତା ଯୋଡ଼ି ହେବାକୁ ଯାଉଛି। ୨୦୨୭ ସୁଦ୍ଧା ଜାପାନ ଓ ଜର୍ମାନୀକୁ ପଛରେ ପକାଇ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବ। ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ ଜେଫରିଜ୍ ଏକ ରିପୋର୍ଟରେ ଏହା କହିଛି। ବ୍ରୋକରେଜ୍ କମ୍ପାନୀ ଏହା ମଧ୍ୟ କହିଛି ଯେ ଭାରତୀୟ ଷ୍ଟକ ବଜାର ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୦ ବର୍ଷ ଧରି ଷ୍ଟକ ବଜାର ବାର୍ଷିକ ହାରାହାରି ୧୦-୧୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଏହା ଏବେ ପଞ୍ଚମ ବୃହତ୍ତମ ଇକ୍ୱିଟି ବଜାର।
    ଏହି ବେଗରେ ବୃଦ୍ଧି ଯୋଗୁଁ ୨୦୩୦ ସୁଦ୍ଧା ଭାରତୀୟ ଷ୍ଟକ ବଜାରର ବଜାର କ୍ୟାପିଟାଲାଇଜେସନ ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି । ବ୍ରୋକରେଜ୍ ଫାର୍ମ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଭାରତର ଜିଡିପି ଆମେରିକୀୟ ଡଲାରରେ ୭ ପ୍ରତିଶତ ସିଏଜିଆର ବୃଦ୍ଧି ପାଇ ୩.୬ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଏହା ଅଷ୍ଟମ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।

    କିଛିଦିନ ତଳେ ଡବ୍ଲ୍ୟୁଇଏଫ୍ ସଭାପତି ବୋର୍ଗେ ବ୍ରେଣ୍ଡେ କହିଥିଲେ ଯେ ଭାରତ ଆଗାମୀ ବର୍ଷଗୁଡ଼ିକରେ ୧ ଟ୍ରିଲିୟନ ଡଲାର ଅର୍ଥନୀତି ଏବଂ ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବାକୁ ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    30 %
    1.7kmh
    66 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ