Tuesday, September 8, 2026
29.4 C
Odisha

    ଓପନିଂ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତୀୟ ହକି ଟିମ୍

    ଆଗକୁ ପଢନ୍ତୁ

    ପର୍ଥ: ଭାରତୀୟ ହକି ଦଳକୁ ଅଷ୍ଟ୍ରେଲିଆ ଦଳ ୫-୧ ଗୋଲ୍‌ରେ ପରାଜିତ କରିଛି। ଶନିବାର ପର୍ଥଠାରେ ଖେଳାଯାଇଥିବା ୫ ଟିକିଆ ସିରିଜ୍‌ର ଓପନିଂ ମ୍ୟାଚ୍‌ରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ସହ କଡ଼ା ମୁକାବିଲା କରିବାକୁ ସକ୍ଷମ ହୋଇ ପାରି ନ ଥିଲା। ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳ ଆକ୍ରମଣାତ୍ମକ ରହିଥିଲା। ଶେଷ ପର୍ଯ୍ୟାୟରେ ଭାରତୀୟ ଦଳ ଆକ୍ରମଣାତ୍ମକ ହେବାକୁ ପ୍ରୟାସ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଟମ୍ ୱିକ୍‌ହାମ୍ ୨୦ ତମ ଏବଂ ୩୮ ତମ ମିନିଟ୍‌ରେ ଗୋଲ୍ ସ୍କୋର୍ କରିଥିଲେ। ଟିମ୍ ବ୍ରାଣ୍ଡ୍ ତୃତୀୟ ମିନିଟ୍‌ରେ ଗୋଲ୍ ସ୍କୋର କରିଥିଲେ। ସେହିପରି ଜୋଏଲ୍ ରିନତାଲା ୩୭ ତମ ଏବଂ ଫ୍ଲାଏନ ଓଗଲିଭି ୫୭ତମ ମିନିଟ୍‌ରେ ଭାରତ ବିରୋଧରେ ଗୋଲ୍ ସ୍କୋର୍ କରିଥିଲେ। ଖେଳର ୪୭ତମ ‌ମିନିଟ୍‌ରେ ଭାରତ ପକ୍ଷରୁ ଗୁରଜାନ୍ତ ସିଂ ଏକ ମାତ୍ର ଗୋଲ୍ ସ୍କୋର୍ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ