Friday, April 3, 2026
39 C
Odisha

    ରେକର୍ଡ ସ୍ତରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ପୁଣି ବୃଦ୍ଧି ଦେଖିବାକୁ ମିଳିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରି ୧୨ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୧.୬୩ ବିଲିୟନ ଡଲାର ବୃଦ୍ଧି ପାଇ ୬୧୮.୯୩ ବିଲିୟନ ଡଲାରରେ ପହଞ୍ଚିଛି। ପ୍ରଥମ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଘଟିଥିଲା ଏବଂ ଏହା ୬ ବିଲିୟନ ଡଲାର ହ୍ରାସ ପାଇ ୬୧୭.୩୦ ବିଲିୟନ ଡଲାରରେ ପହଞ୍ଚିଛି।

    ବ୍ୟାଙ୍କିଙ୍ଗ କ୍ଷେତ୍ରର ନିୟନ୍ତ୍ରକ ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର, ଜାନୁଆରୀ ୧୯, ୨୦୨୪ରେ ବୈଦେଶିକ ମୁଦ୍ରା ଭଣ୍ଡାର ର ତଥ୍ୟ ଜାରି କରିଛି। ଆରବିଆଇର ଏହି ତଥ୍ୟ ଅନୁଯାୟୀ ଜାନୁଆରୀ ୧୨ରେ ଶେଷ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୧.୬୩ ବିଲିୟନ ଡଲାର ବୃଦ୍ଧି ପାଇ ୬୧୮.୯୩ ବିଲିୟନ ଡଲାରରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ବିଦେଶୀ ମୁଦ୍ରା ସମ୍ପତ୍ତି ୧.୮୫ ବିଲିୟନ ଡଲାର ହ୍ରାସ ପାଇ ୫୪୮.୫୦ ବିଲିୟନ ଡଲାରରେ ପହଞ୍ଚିଛି ।

    ବିଭିନ୍ନ ବିଭିନ୍ନ ଦେଶର ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତର ଅର୍ଥନୀତିରେ ଅଭିବୃଦ୍ଧି ଜାରି ରହିଛି । ବିଦେଶୀ ମୁଦ୍ରା ଭଣ୍ଡାରେ ବୃଦ୍ଧି ଏହାର ଆଉ ଏକ ସଂକେତ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ