Tuesday, March 17, 2026
24.7 C
Odisha

    ରାହୁଲ ଗାନ୍ଧି, ଖଡଗେଙ୍କୁ ୧୦୦ କୋଟିର ମାନହାନୀ ନୋଟିସ ପଠାଇଲେ ବିନୋଦ ତାୱଡେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ଏକ ହୋଟେଲରେ ଭୋଟରଙ୍କୁ ୫ କୋଟି ଟଙ୍କା ବଣ୍ଟନ ମାମଲାରେ ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ଓ ସୁପ୍ରିୟା ଶ୍ରୀନେତଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇ କ୍ଷମା ମାଗିବାକୁ କହିଛନ୍ତି।
    ମହାରାଷ୍ଟ୍ର ବିଧାନସଭାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ମୋତେ ଏବଂ ଆମ ଦଳକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ସେମାନେ ଆମ ଦଳ ଏବଂ ମୋ ଭଳି ସାଧାରଣ ପରିବାରର ନେତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ଯଦି ସେ ସାର୍ବଜନୀନ ଭାବେ କ୍ଷମା ନ ମାଗିବେ, ତେବେ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

    କଂଗ୍ରେସ ନେତାଙ୍କୁ ଜାରି ହୋଇଥିବା ନୋଟିସର କପି ସେୟାର କରି ବିଜେପି ସାଧାରଣ ସମ୍ପାଦକ ଏକ୍ସରେ ଲେଖିଛନ୍ତି, “କଂଗ୍ରେସର ଏକମାତ୍ର କାମ ହେଉଛି ମିଥ୍ୟା ପ୍ରଚାର କରିବା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ଦଳର ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏହି ମାମଲାରେ ମିଥ୍ୟା ପ୍ରଚାର କରି ମୋର ଏବଂ ଭାରତୀୟ ଜନତା ପାର୍ଟିର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିବାରୁ ମୁଁ ତାଙ୍କୁ ମାନହାନୀ ନୋଟିସ୍ ପଠାଇଛି। ସତ କଥା ହେଉଛି ନିର୍ବାଚନ କମିଶନ ଓ ପୋଲିସର ତଦନ୍ତରେ ୫ କୋଟି ଟଙ୍କା ମିଳିନଥିବା ସମସ୍ତଙ୍କ ସାମ୍ନାରେ ରହିଛି । ଏହି ମାମଲା କଂଗ୍ରେସର ନିମ୍ନସ୍ତରର ରାଜନୀତିର ପ୍ରମାଣ।“

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ