Wednesday, October 14, 2026
24.1 C
Odisha

    ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ଯାଜପୁର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଭବ ପ୍ରସାଦ ଦାସଙ୍କ ନାଁରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ରାସ୍ତାରୋକ ସହ ବିରଜା ହାଟରେ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗ ଅନୁସାରେ ଏହି ମାମଲା ରୁଜୁ ହୋଇଛି। ଯାଜପୁର ଟାଉନ୍‌ ଥାନା ପୁଲିସ ଭବ ପ୍ରସାଦ ଦାସଙ୍କ ସମେତ ଯାଜପୁର ପୌର ଉପାଧ୍ୟାକ୍ଷ ସନ୍ତୋଷ ମଲ୍ଲିକ ଓ କିଛି ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି। ବିରଜା ହାଟରେ ବ୍ୟବସାୟୀଙ୍କୁ ଟଣାଓଟରା ନେଇ ତିନି ଜଣ ବ୍ୟବସାୟୀ ଥାନାରେ ଏତଲା ଦେଇଥିଲେ। ସେହିପରି ବିନା ଅନୁମତିରେ ରାସ୍ତାରୋକ ନେଇ ପୁଲିସ ନିଜ ଆଡୁ ଭବ ପ୍ରସାଦ ଦାସଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
    ବିରଜା ହାଟ ନଖୋଲିବା ପାଇଁ ଗତ ବୁଧବାର ରାତିରେ ବିଜେଡି କର୍ମୀ ଓ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଥିଲେ। ସେହିବାଟ ଦେଇ ଧର୍ମଶାଳା ବିଧାୟକ ଶ୍ରୀ ସାହୁ ଯାଉଥିଲେ। ବିଧାୟକ ଆନ୍ଦୋଳନକୁ ନେଇ କିଛି ଟିପ୍ପଣୀ ଦେବା ପରେ ମାରପିଟ ଯାଏଁ କଥା ଯାଇଥିଲା। ଥାନା ଆଗରେ ଉଭୟ ଦଳର କର୍ମୀ ଓ ସମର୍ଥକ ଧାରଣା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗୁରୁବାର ବିରଜା ହାଟ ଖୋଲିଥିଲା ବେଳେ ସମର୍ଥକଙ୍କ ସହ ଭବପ୍ରସାଦ ଦାସ ପହଞ୍ଚି ବ୍ୟବସାୟୀଙ୍କ ସାମଗ୍ରୀକୁ ଫିଙ୍ଗିବା ସହ ଟଣାଓଟରା କରିଥିଲେ ବୋଲି ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ