Wednesday, April 8, 2026
23.9 C
Odisha

    ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇଣ୍ଟରନାଲ କମ୍ପ୍ଲେନ କମିଟି ଗଠନ ହେବ: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଶ୍ୱବିଦ୍ୟାଳୟ ଓ ସବୁ କଲେଜରେ ଆକ୍ଟିଭ ଭାବେ କାର୍ଯ୍ୟକ୍ଷମ ହେବ ଇଣ୍ଟରନାଲ କମ୍ପ୍ଲେନ କମିଟି। ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି, ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ କଲେଜ, ବିଶ୍ୱ ବିଦ୍ୟାଳୟରେ କମିଟି ଗଠନ ହେବ। ଯେଉଁଠି ପୂର୍ବରୁ କମିଟି ଅଛି, ତାହା ସକ୍ରିୟ ଭାବେ କାମ କରିବାକୁ ନିର୍ଦେଶ ରହିଛି। କେବଳ ଅଧ୍ୟାପକ, ଅଧ୍ୟାପିକା ନୁହେଁ ଛାତ୍ରଛାତ୍ରୀ ଅନ୍ୟ କର୍ମଚାରୀ ମଧ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପାଖେ କହିପାରିବେ। ଯାହା ଭବିଷ୍ୟତ ପାଇଁ ରେକର୍ଡ ହୋଇ ରହିବ। କେହି ଥାନା, ସରକାରଙ୍କ ବିଭାଗ ନ ଜାଣି କେହି ଯଦି ଅଭିଯୋଗ କରୁଛି, ତେବେ ତାହା ହୁଏତ ବିଳମ୍ବ ହେଉଛି। ତେଣୁ ବିଭାଗ ଆଗ ଜାଣିଲେ ତାହା ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ସ୍ପର୍ଶକାତର ଘଟଣା କମିବ। ଯେଉଁ ଘଟଣା ଲୁଚି ଯାଉଥିଲା ସେସବୁ ଉପରେ ଛାତ୍ରଛାତ୍ରୀ ନିର୍ଭୟରେ କମିଟି ଆଗରେ କହିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ