Thursday, September 17, 2026
24.5 C
Odisha

    ଆଇପିଏଲ୍-୨୦୨୪ର କ୍ରୀଡ଼ାସୂଚୀ ଜାରି, କଟକ ବାରବାଟୀରେ ଖେଳିପାରେ ଦିଲ୍ଲୀ କ୍ୟାପିଟାଲ୍ସ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଖେଳାଯାଇପାରେ ଆଇପିଏଲ । ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ ଆଇପିଏଲର ମଜା ଉଠାଇ ପାରିବେ। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍‌। ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି। ମହିଳା ପ୍ରିମିୟର୍‌ ଲିଗ୍‌ର ଫାଇନାଲ ମ୍ୟାଚ୍‌ ଆୟୋଜନର ଗୋଟିଏ ଦିନ ପରେ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟତ୍ର ଖେଳାଯିବ। ଏନେଇ ନ୍ୟୁଜ୍‌ ଏଜେନ୍ସି ANI ସୂତ୍ରରୁ ସୂଚନା ମିଳୁଛି । ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଉଦଘାଟନୀ ମ୍ୟାଚ୍ ଚେନ୍ନାଇ-ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏହି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ମାର୍ଚ୍ଚ ୨୨ରେ ଚେନ୍ନାଇର ଚେପକରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମ ୨୧ଟି ମ୍ୟାଚ୍ ପାଇଁ କ୍ରୀଡ଼ା ସୂଚୀ ଜାରି କରାଯାଇଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ୟ୍ୟସୂଚୀ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    88 %
    1.4kmh
    84 %
    Wed
    25 °
    Thu
    32 °
    Fri
    31 °
    Sat
    31 °
    Sun
    30 °

    ସମ୍ବନ୍ଧିତ