Tuesday, December 16, 2025
28.4 C
Odisha

    IPL ନିଲାମ ତାଲିକାରେ ୨ ଓଡ଼ିଆ, ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡ଼ିଛି ବିସିସିଆଇ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : IPL ନିଲାମ ତାଲିକାରେ ୨ଓଡ଼ିଆ । IPL ଅକ୍ସନ ତାଲିକାରେ ଯୋଡ଼ି ହୋଇଛି ୨ ଓଡ଼ିଆ କ୍ରିକେଟରଙ୍କ ନାଁ । ୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଛି ବିସିସିଆଇ । ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ରହିଛି । ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା ।

    ୨୫ ବର୍ଷିୟ ରାଜେଶ ମହାନ୍ତି ଅଲରାଉଣ୍ଡର । ୨୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୨୭ ୱିକେଟ ନେବା ସହ ମୋଟ ୧୦୦ ରନ କରିଛନ୍ତି । ସେହିପରି ୨୫ ବର୍ଷିୟ ସ୍ୱସ୍ତିକ ସାମଲ ୧୩ଟି ଟି-୨୦ ଖେଳି ୩୬୨ ରନ କରିଛନ୍ତି । ସର୍ବାଧିକ ରନ ରହିଛି ୧୦୫ । ମୋଟ ୩୬୯ ଜଣ ଖେଳାଳି ନିଲାମ ତାଲିକାରେ ଅଛନ୍ତି ।

    ଆଜି ଆଇପିଏଲ୍ ନିଲାମୀ । ୨୦୨୬ ଆଇପିଏଲ୍ ସିଜିନ୍ ପାଇଁ ଆବୁଧାବିରେ ଖେଳାଳି ନିଲାମୀ ବା ‘ମିନି ଅକ୍ସନ’ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅପରାହ୍ନ ୨ଟା ୩୦ ମିନିଟରେ ଏହି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.4 ° C
    28.4 °
    28.4 °
    24 %
    2.6kmh
    14 %
    Tue
    25 °
    Wed
    28 °
    Thu
    27 °
    Fri
    26 °
    Sat
    26 °

    ସମ୍ବନ୍ଧିତ