Saturday, March 21, 2026
26.1 C
Odisha

    IPL ସିଜିନ ପୂର୍ବରୁ ବଢିଲା କେକେଆରର ଟେନସନ୍, ହର୍ଷିତ ରାଣାଙ୍କ ପରେ ଆକାଶଦୀପ ପଡ଼ିଲେ ବାଦ୍

    ଆଗକୁ ପଢନ୍ତୁ

    ଆଇପିଏଲ ୨୦୨୬ ସିଜିନ ପୂର୍ବରୁ ବଢିଲା କୋଲକାତା ନାଇଟ୍ ରାଇଡର୍ସ ମୁସ୍କିଲ । ଟିମ୍ ସବୁଠାରୁ ଅଧିକ ପଇସା ସହିତ ମିନି ନିଲାମରେ ପ୍ରବେଶ କରିଥିଲା । ଦଳ କ୍ୟାମେରନ ଗ୍ରୀନ୍ ଏବଂ ମାଥିଶା ପାଥିରାନାଙ୍କ ଭଳି ଶ୍ରେଷ୍ଠ ଖେଳାଳିଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲା । ହେଲେ ହର୍ଷିତ ରାଣାଙ୍କ ପରେ ଏବେ ଦ୍ରୁତ ବୋଲର ଆକାଶଦୀପ ମଧ୍ୟ ଆଇପିଏଲ ୨୦୨୬ ରୁ ବାଦ ପଡ଼ିଛନ୍ତି ।

    ଖବର ଅନୁଯାୟୀ, ଆକାଶଦୀପ ଆଗାମୀ ସିଜନରେ ଗୋଟିଏ ବି ମ୍ୟାଚ୍ ଖେଳିପାରିବେ ନାହିଁ। କୋଲକାତା ନାଇଟ୍ ରାଇଡର୍ସ ମିନି ନିଲାମରେ ଆକାଶଦୀପଙ୍କୁ ୧ କୋଟି ଟଙ୍କାରେ କିଣିଥିଲା ।

    ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ସମୟରେ ଆଘାତ ପାଇବା ପରେ ହର୍ଷିତ ରାଣା ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ସେହିଭଳି ମାଥିଶା ପଥିରାନାଙ୍କୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରୁ ମଞ୍ଜୁରୀ ମିଳିନାହିଁ । ପାଥିରାନାକୁ କେକେଆର ୧୮ କୋଟି ଟଙ୍କାରେ କିଣିଥିଲା । ତେଣୁ ପାଥିରାନା ମଧ୍ୟ ଉଦଘାଟନୀ ମ୍ୟାଚ୍ ଖେଳିପାରିବେ ନାହିଁ ।

    ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ରୁ କେକେଆର ନିଜର ଅଭ୍ୟାସ ଆରମ୍ଭ କରିସାରିଥିବା ବେଳେ ଆକାଶ ଦୀପଙ୍କ ଦେଖାନାହିଁ । ସେ ବେଙ୍ଗାଲୁରୁର ସେଣ୍ଟର ଅଫ ଏକ୍ସଲେନ୍ସରେ ଥିବା କୁହାଯାଉଛି । ତେବେ ସେ କିଭଳି ଆହତ ହେଲେ, ସେନେଇ ସ୍ପଷ୍ଟ ସୂଚନା ନାହିଁ । ୨୦୨୨ରୁ ଆଇପିଏଲ ଡେବ୍ୟୁ କରିବା ପରଠୁ ସେ କେବଳ ୧୪ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୧୦ଟି ଓ୍ବିକେଟ ନେଇଛନ୍ତି । ୨୦୨୫ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ୨୦୨୬ ଆଇପିଏଲ ପୂର୍ବରୁ ଦଳରୁ ରିଲିଜ୍ କରି ଦେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    39 %
    0.7kmh
    81 %
    Sat
    25 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ